Advertisment

Murder in Mysuru:ମଣିଷରୁ ରାକ୍ଷସ ପାଲଟିଗଲା ପ୍ରେମିକ, ପ୍ରେମିକା ପାଟିରେ ପୂରାଇ ଦେଲା ବୋମା

ପ୍ରେସର କୁକୁର, ନୀଳ ଡ୍ରମ୍‌ ପରେ ଏବେ ମାଉଥ ବମ୍‌। ସାମ୍ନାକୁ ଆସିଛି ମର୍ଡର ନୂଆ ତରିକା। କେହି କେବେ ଶୁଣିନଥିବେ କି ଦେଖିନଥିବେ। ମଣିଷରୁ ସୈତାନ ପାଲଟିଗଲା ପ୍ରେମିକ। ହୃଦୟ ଦେଇ ଭଲ ପାଉଥିବା ପ୍ରେମିକାର ରକ୍ତର ଖେଳିଲା ହୋଲି। ରାଗ ଆଗରେ ହୋଇଗଲା ଅନ୍ଧ।

ଅଦ୍ୟତନ ହୋଇଛି
murder

murder

Advertisment

ପ୍ରେସର କୁକୁର, ନୀଳ ଡ୍ରମ୍‌ ପରେ ଏବେ ମାଉଥ ବମ୍‌। ସାମ୍ନାକୁ ଆସିଛି ମର୍ଡର ନୂଆ ତରିକା। କେହି କେବେ ଶୁଣିନଥିବେ କି ଦେଖିନଥିବେ। ମଣିଷରୁ ସୈତାନ ପାଲଟିଗଲା ପ୍ରେମିକ। ହୃଦୟ ଦେଇ ଭଲ ପାଉଥିବା ପ୍ରେମିକାର ରକ୍ତର ଖେଳିଲା ହୋଲି। ରାଗ ଆଗରେ ହୋଇଗଲା ଅନ୍ଧ। ଶାଶୁ ଘର ଛାଡି ଫେରାର ହୋଇ ତା’ଭରସାରେ ଆସିଥିବା ପ୍ରେମିକାକୁ କଲା ବିଭତ୍ସ ହତ୍ୟା। ପ୍ରେମିକାର ପାଟିରେ ବିସ୍ଫୋରକ ସାମଗ୍ରୀ ପୂରାଇ ମୁହଁ ବ୍ଲାଷ୍ଟ କରି ମାରିଲା।

Advertisment

କର୍ଣ୍ଣାଟରକ ମହୀଶୁର। ଏଠି ରକ୍ତାକ୍ତ ହୋଇଛି ପରକୀୟା ସମ୍ପର୍କ। କେରଳ ବିଲିକେର ୨୦ ବର୍ଷୀୟ ଦର୍ଶିତା ଓ ପେରିୟାପାଟନାର ସିଦ୍ଦରାଜୁ। ୭ ବର୍ଷ ତଳେ ଗଢ଼ି ଉଠିଥିଲା ଏମାନଙ୍କ ପ୍ରେମ ସମ୍ପର୍କ। ସାଢ଼େ ୩ ବର୍ଷ ତଳେ ଦର୍ଶିତା କନ୍ନୁରର ପାଡିୟୋରରେ ରହୁଥିବା ବସ ଡ୍ରାଇଭର ସୁଭାଷ ଏପିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସେ ଦୁବାଇରେ ରହୁଛନ୍ତି। ଉଭୟଙ୍କ ୨ ବର୍ଷର ଶିଶୁ କନ୍ୟା ମଧ୍ୟ ରହିଛି। ତେବେ ବିବାହ ପରେ ବି ଦର୍ଶିତା ସିଦ୍ଦରାଜୁଙ୍କୁ ଭୁଲି ପାରିନଥିଲେ। ତାଙ୍କ ସହ ଫୋନ୍‌ରେ ଲଗାତାର କଥା ହେଉଥିଲେ।

ଅଗଷ୍ଟ ୨୨ ଶୁକ୍ରବାର। ସିଦ୍ଦରାଜୁଙ୍କୁ ଛାଡି ଆଉ ରହିପାରିନଥିଲେ ଦର୍ଶିତା। ଝିଅକୁ ସାଙ୍ଗରେ ଧରି ଶାଶୁ ଘରୁ ବାପ ଘରକୁ ଚାଲି ଆସିଥିଲେ। ଅଉ ସାଙ୍ଗରେ ନେଇ ଆସିଥିଲେ ସୁନା ଗହଣା ସାଙ୍ଗକୁ ନଗଦ ୪ ଲକ୍ଷ। ଦିନକ ପରେ ବାପ ଘରେ ଝିଅକୁ ଛାଡି ପ୍ରେମିକ ସହ କର୍ଣ୍ଣାଟକ ଫେରାର ହୋଇଯାଇଥିଲେ ଦର୍ଶିତା।

Advertisment

ଅଗଷ୍ଟ ୨୩ ଶନିବାର। ସମୟ ୨ଟା ୪୫। ପ୍ରେମିକ ସିଦ୍ଦରାଜୁ ସହ ଦର୍ଶିତା ମହୀଶୂରର ସଲିଗ୍ରାମ ଠାରେ ଥିବା ଗୋଟିଏ ଲଜ୍‌କୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଟଙ୍କାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ରକ୍ତମୁଖା ହୋଇପଡିଥିଲା ସିଦ୍ଦରାଜୁ। ପରେ ହାତଗୋଡ ବାନ୍ଧି ପାଟିରେ ଡିଟୋନେଟର ପୂରାଇ ବିସ୍ଫୋରଣ କରି ଦର୍ଶିତାଙ୍କୁ ହତ୍ୟା କରିଥିଲା। ହତ୍ୟା ପରେ ହୋଟେଲ କର୍ମଚାରୀଙ୍କ ଆଗରେ ମୋବାଇଲ୍‌ ବିସ୍ଫୋରଣର ଡ୍ରାମା କରିଥିଲା ସିଦ୍ଦରାଜୁ। ପରେ ସନ୍ଦେହ ହେବାରକୁ ପୋଲିସକୁ ସେମାନେ ଖବର ଦେଇଥିଲେ। ପୋଲିସ ପହଞ୍ଚିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତର ଅସଲ ମୁଖା ଖୋଲିଯାଇଥିଲା।

ଅଭିଯୁକ୍ତ ପ୍ରେମିକକୁ ପୋଲିସ ଗିରଫ କରି ହାଜତକୁ ପଠାଇଛି। ପୋଲିସର କହିବା କଥା, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଦର୍ଶିତାଙ୍କ ଠାରୁ ସିଦ୍ଦରାଜୁ ୮୦ ହଜାର ଟଙ୍କା ଋଣ କରିଥିଲେ। ଏହାକୁ ଫେରସ୍ତ କରିବା ପାଇଁ ଦର୍ଶିତା ବାରମ୍ବାର ଚାପ ପକାଉଥିଲେ। ଏହାବାଦ ଦର୍ଶିତା ଦୁବାଇ ଯାଇ ସ୍ୱାମୀଙ୍କ ପାଖରେ ରହିବାକୁ ଯୋଜନା କରୁଥିଲେ। ସମ୍ଭବତଃ ଏହି ସବୁ କାରଣ ପାଇଁ ସିଦ୍ଦରାଜୁ ପ୍ରେମିକା ଦର୍ଶିତାଙ୍କୁ ମାରିଥିବା ସନ୍ଦେହ କରାଯାଉଛି। ପୂରା ମାମଲାର ତଦନ୍ତ ଜାରି ରହିଛି।

Advertisment
Murder Shocking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ