Advertisment

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର

ବାସନ୍ତୀଙ୍କ ପେଟ ଓ ହାତରେ ଗୁରୁତର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପଡ଼ୋଶୀମାନ ତାଙ୍କୁ ଡାକ୍ତରଖାନା ନେଇଥିଲେ।

Man stabs wife

Man stabs wife

Advertisment

ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର। ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନଦି ସାହିର ପ୍ରଦୀପ ବେହେରା ଓ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ବାହାରକୁ ଆସି ମଧ୍ୟ ଉଭୟ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ଉତ୍ୟକ୍ତ ହୋଇ ବାସନ୍ତୀଙ୍କୁ ଛୁରୀରେ ଆକ୍ରମଣ କରିଥିଲା ପ୍ରଦୀପ।

Advertisment

ବାସନ୍ତୀଙ୍କ ପେଟ ଓ ହାତରେ ଗୁରୁତର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପଡ଼ୋଶୀମାନ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେପଟେ ସ୍ତ୍ରୀକୁ ଛୁରୀରେ ଭୁଶିବା ପରେ ପ୍ରଦୀପ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Odisha Rayagada Stabbed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ