Advertisment

ଓଲିଉଡ ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ, ଭିଡ଼ିଓ ଭାଇରାଲ୍

ଭାଇରାଲ୍ ଫଟୋ ସମ୍ପର୍କରେ ଅକ୍ଷୟ ପ୍ରତିକ୍ରିୟା ଦେବାକୁ ବି ଏଡ଼ାଇ ଯାଇଛନ୍ତି  କିନ୍ତୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଭିଡ଼ିଓରେ ଯେଉଁ ଯୁବତୀ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Producer Akshay Parija

Sexual harassment against filmmaker Akshay Parija

Advertisment

ପୁଣି ମହଙ୍ଗା ପଡ଼ିଲା ଅଭିନେତ୍ରୀ ବନେଇବାର ମୋହ। ପୁଣି ସାମ୍ନାକୁ ଆସିଲା କାଷ୍ଟିଂକାଉଚ୍‌ର କଳଙ୍କିତ କାହାଣୀ। ରିଲ୍‌ରେ ନୁହେଁ, ରିୟଲ୍ କାହାଣୀ ଏବେ ଖେଳାଇଦେଇଛି ଚାଞ୍ଚଲ୍ୟ। ଜଣେ ଅଭିନେତ୍ରୀ ଆଶାୟୀ ଯୁବତୀ, ଯିଏ ଆଣିଛନ୍ତି ସାଂଘାତିକ ଅଭିଯୋଗ। ବରିଷ୍ଠ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଆଣିଛନ୍ତି ଯୌନ ନିର୍ଯାତନାର ସଂଗୀନ ଅଭିଯୋଗ। ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଏକ ଭିଡ଼ିଓରେ ଅକ୍ଷୟଙ୍କ ବିରୋଧରେ ବଖାଣିଛନ୍ତି ହେଟ୍ ଷ୍ଟୋରୀ। ଅଭିନେତ୍ରୀର ପ୍ରଲୋଭନ ଦେଖାଇ କେମିତି ଯୌନ ଶୋଷଣ କରୁଥିଲେ ଅକ୍ଷୟ, ବାହାଘର ଠିକ୍ ହେବାରୁ କେମିତି କରୁଥିଲେ ଅତ୍ୟାଚାର, ଆଣିଛନ୍ତି ସଂଗୀନ ଅଭିଯୋଗ। ହେଲେ ଏଯାଏଁ ଭୁବନେଶ୍ୱରର କୌଣସି ଥାନାରେ ଅକ୍ଷୟଙ୍କ ବିରୋଧରେ ମାମଲା ରୁଜୁ ହୋଇନାହିଁ।

Advertisment

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା କିଛି ଆପତ୍ତିଜନକ ଫଟୋ, ଯେଉଁଥିରେ ଜଣେ ଯୁବତୀଙ୍କ ସହ ଦେଖିବାକୁ ମିଳିଛି ଅକ୍ଷୟ ପରିଜାଙ୍କୁ। କୁହାଯାଉଛି, ଯୁବତୀ ଓ ଅକ୍ଷୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋସବୁ। ଅବଶ୍ୟ ଏହାର ସତ୍ୟାସତ୍ୟ ସ୍ପଷ୍ଟ ହୋଇପାରିନାହିଁ। ଫଟୋରେ ଥିବା ଯୁବତୀଙ୍କ ପରିଚୟ ବି ମିଳିପାରିନି କିମ୍ବା ଭାଇରାଲ୍ ଫଟୋ ସମ୍ପର୍କରେ ଅକ୍ଷୟ ପ୍ରତିକ୍ରିୟା ଦେବାକୁ ବି ଏଡ଼ାଇ ଯାଇଛନ୍ତି  କିନ୍ତୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଭିଡ଼ିଓରେ ଯେଉଁ ଯୁବତୀ ଅଭିଯୋଗ ଆଣିଛନ୍ତି, ସେହି ଯୁବତୀଙ୍କ ବିରୋଧରେ ନୟାପଲ୍ଲୀ ଥାନାକୁ ଯାଇ ଏତଲା ଦେଇଛନ୍ତି ଅକ୍ଷୟ ପରିଜା। ତାଙ୍କୁ ଯୁବତୀ ଜଣକ ବ୍ଲାକମେଲିଂ କରୁଥିବା ସେ ଏତଲାରେ ଦର୍ଶାଇଥିବା କୁହାଯାଉଛି।

ତେବେ ସଂପୃକ୍ତ ଯୁବତୀ ଓ ଅକ୍ଷୟ ପରିଜାଙ୍କ ମଧ୍ୟରେ କେଉଁ ସଂପର୍କ ଥିଲା ? ଭାଇରାଲ୍ ହେଉଥିବା ଆପତ୍ତିଜନକ ଦୃଶ୍ୟ ପଛର ସତ କଣ ? ଯଦି ଅଭିନେତ୍ରୀ କରାଇଦେବାର ପ୍ରଲୋଭନ ଦେଖାଇ ଅକ୍ଷୟ ପରିଜା ଦୀର୍ଘ ବର୍ଷ ଧରି ଯୌନ ନିର୍ଯାତନା ଦେଉଥିଲେ, ତାହେଲେ କାହିଁକି ନୀରବ ରହୁଥିଲେ ଯୁବତୀ ଜଣକ ? ଅକ୍ଷୟ ପରିଜା ଯେଉଁ ପାଲଟା ବ୍ଲାକମେଲ୍ ଅଭିଯୋଗ ଆଣିଛନ୍ତି, ତାପଛର ରହସ୍ୟ କଣ ? ଏବେ ଏଭଳି ନାନା ପ୍ରଶ୍ନ ଭିତରେ ଓଲିଉଡରେ ପୁଣି ଥରେ କାଷ୍ଟିଂ କାଉଚ୍ ପ୍ରସଙ୍ଗ ଉଜାଗର ହୋଇଛି। 

Advertisment

(ରିପୋର୍ଟ: କଟକରୁ ଗୌତମ ପଣ୍ଡା ଏବଂ ଭୁବନେଶ୍ୱରରୁ ଅତୁଲ୍ୟ ବାଉତ, ଆଲୋକ ମହାନ୍ତି)  

Producer Akshay Parija Filmmaker Akshay Parija
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ