ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ମାମଲା; ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ

କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁର ସୁରିସାହିରେ ଗୁଣିଗାରେଡି ସନ୍ଧ୍ୟାରେ ଦମ୍ପତିଙ୍କୁ ପୋଡି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଜି ଯାଜପୁର ରୋଡ କୋର୍ଟ ଜିଲ୍ଲା ଦୌରା ଜର୍ଜ ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ।

୧୭ ଜଣଙ୍କୁ ଆଜୀବନ

୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ । ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣାରେ ଏହି ଦଣ୍ଡାଦେଶ ମିଳିଛି । ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ l

କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁର ସୁରିସାହିରେ ଗୁଣିଗାରେଡି ସନ୍ଧ୍ୟାରେ ଦମ୍ପତିଙ୍କୁ ପୋଡି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଜି ଯାଜପୁର ରୋଡ କୋର୍ଟ ଜିଲ୍ଲା ଦୌରା ଜର୍ଜ ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାହି ସ୍ଥିତ ନିଜ ଘରେ ଦମ୍ପତି ଶୈଳ ବାଲମୁଜ୍ ଓ ସମ୍ବାରି ବାଲମୁଜଙ୍କୁ ଜଳନ୍ତା ନିଆଁକୁ ଫିଙ୍ଗି ଦେଇଥିଲେ ସେହି ଏହି ଏହି ଅଭିଯୁକ୍ତ ମାନେ l

ନିଆରେ ପଡ଼ିବା ଫଳରେ ପୋଡିହୋଇ ଦମ୍ପତି ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାର ତଦନ୍ତ କରି କଳିଙ୍ଗନଗର ପୋଲିସ କେସ୍‌ ନମ୍ବର ୧୧୫/୨୩ରେ ଏକ ମାମଲା ରୁଜୁ କରି ୧୭ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ l

ସେପଟେ ଦୀର୍ଘ ୩ବର୍ଷ ପରେ ଆଜି ଏହି ଘଟଣାର ଶୁଣାଣି କରିଛନ୍ତି ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ହୃଷିକେଶ ଆଚାର୍ଯ୍ୟ l ଆଜି ୨୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ କରିବା ପରେ ଏହି ଘଟଣାରେ ଜଡିତ ୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l