/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667570878.jpg)
Special story
ବିଶ୍ୱାସରେ ବିଷ ଦେଲେ ଦ୍ଵିତୀୟ ଭଗବାନ୍ । ନିଶାରେ ଚୁର ହୋଇ ଯୁବତୀଙ୍କୁ ଅସଦାଚରଣ କଲେ l ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି l ଏଠିକାର ଦାନ୍ତ ଡାକ୍ତର ଚିକିତ୍ସା ବାହାନାରେ ଯୁବତୀଙ୍କ ପ୍ରାଇଭେଟ ପାର୍ଟରେ ହାତ ମାରି ଦେଇଥିବା ଅଭିଯୋଗ ହୋଇଚି । ଏନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ଯୁବତୀ l ଅଭିଯୋଗ ଆଧାରରେ ୬ ଘଣ୍ଟା କାଳ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି ।
ଡାବୁଗାଁ ଥାନା ଅଧିନସ୍ଥ ଖଲିଗୁଡା ଗ୍ରାମର ଜନୈକ ଯୁବତୀ ଗତକାଲି ନିଜର ଦାନ୍ତ ବିନ୍ଧା ପାଇଁ ଟେଷ୍ଟ ରିପୋର୍ଟ ନେଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେହି ସମୟରେ ଡାକ୍ତର ସମ୍ବିତ ସାଡ଼ବାଲ ଡ୍ୟୁଟିରେ ଥିଲେ । ହେଲେ ଡ୍ୟୁଟିରେ ଥିଲେ ସୁଦ୍ଧା ସେ ମଦନିଶାରେ ଚୁର୍ ଥିଲେ । ଆଉ ଚିକିତ୍ସା ବାହାନାରେ ଯୁବତୀଙ୍କ ପ୍ରାଇଭେଟ ପାର୍ଟକୁ ଛୁଇଁବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ l ଯାହାକୁ ଯୁବତୀ ଜଣକ ବିରୋଧ କରି ମେଡିକାଲ ବାହାରକୁ ଆସି ନିଜ ପରିବାର ଲୋକଙ୍କୁ ଜଣାଇଥିଲେ l ଏହା ଶୁଣି ପୀଡ଼ିତାଙ୍କ ପରିବାର ଲୋକେ ଚ୍ୟାମ୍ବର ଆଡ଼କୁ ମାଡ଼ି ଆସିଥିଲା । ପରିବାର ଲୋକ ଆସୁଥିବା ଦେଖି ଡାକ୍ତର ସମ୍ବିତ ନିଜ ଚାମ୍ବରରେ ତାଲା ପକାଇ ଛୁ ମାରିଥିଲେ l
ଫଳରେ ଯୁବତୀ ଓ ତାର ପରିବାର ଲୋକ ନବରଙ୍ଗପୁର ଥାନାରେ ଆସି ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି l ଦାବି ପୂରଣ ନହେଲେ, ପୀଡିତା ଆତ୍ମହତ୍ୟା କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି l
ତେବେ ଏଭଳି କାଣ୍ଡ ଭିଆଇ ମେଡିକାଲ ବାହାରକୁ ପଳାଇ ଥିବା ଡାକ୍ତରକୁ ପୋଲିସ ଥାନାକୁ ଡକାଇ ୬ ଘଣ୍ଟା କାଳ ପଚରାଉଚରା କଲା ପରେ ଆଜି ହାଜର ହେବାକୁ ନୋଟିସ ଦେଇ ଛାଡି ଦେଇଛି l ଆଜି ପୁଣି ଡାକ୍ତର ଥାନାକୁ ଆସିଲାପରେ ଅଧିକା ତଦନ୍ତ କରାଯାଇ ସଠିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ଅନ୍ୟପଟେ ଏହି ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ... l
( ରିପୋର୍ଟ - ନବଘନ ବିଷୋୟୀ, ନବରଙ୍ଗପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)