Advertisment

Woman Home Guard Threatened: ଜେଲରେ ରସିକିଆ ପୋଲିସ୍ IIC, ରଫାଦଫା କରିବାକୁ ମହିଳା ହୋମଗାର୍ଡଙ୍କ ଉପରେ ଉପର ଅଫିସରଙ୍କ ଚାପ

ପ୍ରେମ ସଂପର୍କକୁ ନେଇ ଜଣେ ମହିଳା ହୋମଗାର୍ଡ ଅଭିଯୋଗ କରିବା ପରେ ଥାନାର ଆଇଆଇସି ଜେଲ୍ ଯାଇଛନ୍ତି । ଏହା ପରେ ପୀଡ଼ିତା ହୋମଗାର୍ଡଙ୍କ ଉପରେ ଚାପ ପଡୁଛି । ୨୫ ଲକ୍ଷ ନିଅ, କେସ୍ ରଫାଦଫା କର । ନଚେତ୍ ପରିବାରକୁ ସଫା କରିଦେବୁ ବୋଲି ମିଳିଛି ଧମକ ।

ଅଦ୍ୟତନ ହୋଇଛି
undefined

ରସିକିଆ ପୋଲିସ ବାବୁଙ୍କ କାରନାମା

Advertisment

ଜଗତସିଂହପୁର ଜିଲ୍ଲାରେ ଜଣେ ହୋମଗାର୍ଡଙ୍କ ଗୁରୁତର ଅଭିଯୋଗ ପରେ ଜେଲ୍ ଯାଇଛନ୍ତି ଥାନା ଅଧିକାରୀ । ଜୀବନରୁ ମାରି ଦେବାକୁ ଧମକ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା ହୋମଗାର୍ଡ । ସେ କହିଛନ୍ତି, ଆମ ପରିବାରକୁ ମଧ୍ୟ ସଫା କରିଦେବାକୁ ଧମକ ମିଳୁଛି । ଗତକାଲି ଜଣେ କନଷ୍ଟେବଳ ମୋତେ ଷ୍ଟାଡିୟମକୁ ଡାକିଥିଲେ । ଆଡିସନାଲ ଏସ୍‌ପି ପଠାଇଛନ୍ତି ବୋଲି କହିଲେ । ୨୫ କି ୨୭ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଲେ । ମାମଲା ରଫାଦଫା କର, ନ ହେଲେ ଚାକିରିରୁ ଡିସ୍‌ମିସ୍‌ କରି ଦିଆଯିବ ବୋଲି ଧମକ ଦିଆଯାଇଥିବା କହିଛନ୍ତି ଅଭିଯୋଗକାରିଣୀ ହୋମଗାର୍ଡ । ଏପରିକି ଗଣମାଧ୍ୟମରେ ମୁହଁ ଖୋଲିଲେ ଡିସମିସ୍‌ କରାଯିବ ବୋଲି ମଧ୍ୟ ତାଙ୍କୁ ଧମକ ମିଳିଥିବା ସେ କହିଛନ୍ତି ।

Advertisment

ସେ ପୁଣି କହିଛନ୍ତି, ଆଇଆଇସି ସାର୍ ଓ ମୋ ଭିତରେ ପ୍ରେମ ସଂପର୍କ ଥିଲା । ତେବେ ଅନ୍ୟମାନେ ହସ୍ତକ୍ଷେପ କରିବା ପରେ ଆମର ସଂପର୍କ ବିଗିଡିଥିଲା । ଦୁଇଜଣଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏହି କଥା ମୁଁ ଏତଲାରେ ମଧ୍ୟ ଲେଖିଛି । କିନ୍ତୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ମୁଁ ଏତଲା ଦେଇଛି । ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନାଁ ମଧ୍ୟ ଏତଲାରେ ରହିଛି ।

ମୋ ପାଖରେ କଥା ଥିଲା କିନ୍ତୁ ମୋ ବାପାମାଆଙ୍କୁ ବି ଧମକ ଦିଆଗଲାଣି । ମୁଁ ଓ ମୋ ପରିବାର ଲୋକମାନେ ଭୟଭୀତ ବୋଲି କହିଛନ୍ତି ପୀଡ଼ିତା । ମୋ ଜୀବନ ପ୍ରତି ବିପଦ ଅଛି ଓ ମୋତେ ନ୍ୟାୟ ଦରକାର ବୋଲି ସେ କହିଛନ୍ତି ।

Advertisment

ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦଗାତା ଏହି ଅଭିଯୋଗ ଉପରେ କହିଛନ୍ତି ଯେ, ହୋମଗାର୍ଡଙ୍କ ଅଭିଯୋଗର ସତ୍ୟତା ନାହିଁ । ଏହା ମିଥ୍ୟା ଅଭିଯୋଗ ବୋଲି ସେ କହିଛନ୍ତି । ତାଙ୍କୁ କେହି ଧମକ ଦେଇନାହାନ୍ତି । 

ଅଧିକ ପଢ଼ନ୍ତୁ: ପୋଲିସ ବାବୁଙ୍କ ଲଭ ସେକ୍ସ ଧୋକା

ସେପଟେ ଗିରଫ ହୋଇଛନ୍ତି ରସିକିଆ ଥାନା ବାବୁ। ଜଗତସିଂହପୁର କୁଜଙ୍ଗର ପୂର୍ବତନ IIC ତପନ ନାହାକ ଗିରଫ ହୋଇଛନ୍ତି। ସରକାରୀ ପଦ ମର୍ଯ୍ୟାଦା କ୍ଷୁଣ୍ଣ ଅଭିଯୋଗରେ ପ୍ରଥମେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଜଣେ ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କ ପାଇଁ ବିବାଦୀୟ ହୋଇଥିଲେ।

Advertisment

ଅଭିଯୋଗ ଅନୁସାରେ, ଜଗତସିଂହପୁର ଥାନାରେ ଆଡିସନାଲ୍ ଆଇଆଇସି ଥିବାବେଳେ ବିବାହ ପ୍ରତିଶ୍ରୁତି ଦେଇ ଜଣେ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ତପନ । ପରେ ବିବାହ କରିବାକୁ କହିବାରୁ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ ମହିଳା ହୋମଗାର୍ଡ ଜଣଙ୍କ ଜଗତସିଂହପୁର ସଦର ଥାନାରେ ଏତଲା ଦେବାପରେ ଅଭିଯୁକ୍ତ ଥାନା ଅଧିକାରୀ ଫେରାର ହୋଇଯାଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମହିଳା ହୋମଗାର୍ଡଙ୍କ ବୟାନ ରେକର୍ଡ କରାଯାଇଛି।

ତେବେ ଏହାପରେ ଫେରାର ଅପରାଧିଙ୍କୁ ଧରୁଥିବା ଅଭିଯୁକ୍ତ ଥାନା ଅଧିକାରୀ ଫେରାର ହୋଇ ଯାଇଥିଲେ । ତେବେ ଜଗତସିଂହପୁର ପୋଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତାଙ୍କୁ ଖୋର୍ଦ୍ଧାରୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ । ଆଉ ଉଭୟଙ୍କୁ ଏକ ୯ ଜଣିଆ ଟିମ ଜେରା କରିଥିଲେ । ସଂପୃକ୍ତ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରିବାକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ଗତକାଲି ସମ୍ପୃକ୍ତ ଥାନା ଅଧିକାରୀ ତପନ ନାହାକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତାଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି । ତାଙ୍କୁ ଆଳିପିଙ୍ଗଳ ଜେଲକୁ ପଠାଇ ଦିଆଯାଇଛି ।

( ଜଗତସିଂହପୁରରୁ ମାନସ କାନୁନଗୋଙ୍କ ରିପୋର୍ଟ ) 

ଅଧିକ ପଢ଼ନ୍ତୁ:  କାଳ ହେଲା ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କ; ଗିରଫ ହେଲେ ରସିକିଆ ଥାନା ବାବୁ...

Police Jagatsinghpur Home Guard Threaten
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ