Explosives recovered
ସୁନ୍ଦରଗଡ଼ କେ ବାଲାଙ୍ଗ ଥାନା ବାଙ୍କ ପଥର ଖଣିରୁ ଲୁଟ୍ ଘଟଣାରେ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା। ପୁଣି ଥରେ ସୁରକ୍ଷା ବାହିନୀ ଜବତ୍ କଲେ ୭୦୦ କିଲୋର ବିସ୍ପୋରକ ସାମଗ୍ରୀ। ଅପରେସନରେ ସାମିଲ୍ ଥିଲେ ୬ ଟି ଟିମ୍।
ଗତ ଶୁକ୍ରବାର ଦିନ ମାଓବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ କିଛି ଲୁଟ ସାମଗ୍ରୀ ମିଳିଥିଲା । ସେହିପରି ଦୁଇ ଦିନ ପୂର୍ବରୁ ଜବତ୍ ହୋଇଥିଲା ଅଢେଇ ଟନର ବିସ୍ଫୋରକ ସାମଗ୍ରୀ। ବିସ୍ଫୋରକ ସାମଗ୍ରୀକୁ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ଅବସ୍ଥାରେ ମିଳିଥିଲା। କୋବ୍ରା ବାଟାଲିୟନ ସହ ଝାଡଖଣ୍ଡର ଜାଗୁଆର ଟିମ୍ ସହ ଅନ୍ୟାନ୍ୟ ସୁରକ୍ଷାବାହିନୀ ମାନେ ମିଶି ଏହି ବିସ୍ଫୋରକ ସାମଗ୍ରୀକୁ ଜବତ କରିଛନ୍ତି। ତିରିଲିପୋଷର ସରଣ୍ଡା ଜଙ୍ଗଲକୁ ଘେରି ରହିଥିଲେ କୋବ୍ରା ବାଟାଲିୟନ ସହ ଅନ୍ୟ ପାଞ୍ଚ ସୁରକ୍ଷା ବାହିନୀ।
ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...
ସୂଚନା ମୁତାବକ, ମାଓବାଦୀମାନେ ଲୁଚାଇ ନେଇଥିବା ୪୦୦୦ ଟନ୍ ବିସ୍ଫୋରକ ସାମଗ୍ରୀକୁ ଜଙ୍ଗଲ ଭିତରେ ମାଟି ତଳେ, ଗଛ ଓ ପତ୍ର ତଳେ ଲୁଚାଇ ଏବଂ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ପାହାଡର ପଥର ତଳେ ଲୁଚାଇ ରଖିଥିଲେ । ବିସ୍ଫୋରକ ସାମଗ୍ରୀ ସୁରକ୍ଷାବାହିନୀଙ୍କ ହାତରେ ନ ଲାଗିବା ପାଇଁ ପୃଥକ ପୃଥକ ସ୍ଥାନରେ ଲୁଚାଇ ରଖିଥିଲେ । ବିସ୍ଫୋରକ ଭର୍ତ୍ତି ଗାଡିର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଉକ୍ତ ବିସ୍ଫୋରକକୁ ଲୁଟ କରି ନେଇଥିଲେ । ସୁନ୍ଦରଗଡର ବାଙ୍କୋ ଖଣି ଅଞ୍ଚଳରୁ ଏହି ବିସ୍ଫୋରକକୁ ନେଇ ଝାଡଖଣ୍ଡ ପଟକୁ ପଳାଇଥିଲେ ମାଓବାଦୀ । ଲୁଟ ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749021787.jpg)