Advertisment

ଡ୍ୟୁଟିକୁ ନେଇ ସହଯୋଗୀକୁ ହତ୍ୟା; ପରେ ଥାନାରେ ଆତ୍ମସମର୍ପଣ କଲା ସିକ୍ୟୁରିଟି ଗାର୍ଡ

ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀ ଭୋଗୋରା ରେଲୱେ ବ୍ରିଜ ଠାରେ ରାଉତ ବାହାଲ ଗାଁର ରଞ୍ଜନ ପ୍ରଧାନଙ୍କୁ ଟାଙ୍ଗିଆରେ ହତ୍ୟା କରାଯାଇଛି । ପରେ ଖୁଣ୍ଟିଆପଡ଼ାର ପ୍ରକାଶ ବେହେରା ବସ୍‌ରେ ଯାଇ ପୁରୁଣା କଟକ ଥାନାରେ ଆତ୍ମସମର୍ପଣ କରିଛି ।

ଅଦ୍ୟତନ ହୋଇଛି
Jogibhogra railway bridge

Jogibhogra railway bridge

Advertisment

ଏକାଠି କାମ କରୁଥିଲେ । ଗୋଟିଏ ଜାଗାରେ ଚାକିରି କରୁଥିଲେ ଉଭୟ । ହେଲେ ସାମାନ୍ୟ ବଚସାକୁ ନେଇ ଘଟିଗଲା ହତ୍ୟାକାଣ୍ଡ । ସହଯୋଗୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସିକ୍ୟୁରିଟ ଗାର୍ଡ । ବିଳମ୍ବିତ ରାତିରେ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜଗିଥିବା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରାଯାଇଛି ।

Advertisment

ବୌଦ୍ଧ ଖୁଣ୍ଟିଆ ପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ଠାରେ ହତ୍ୟା କରାଯାଇଛି । ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ମୃତକ ଜଣକ ହେଉଛନ୍ତି ରାଉତବାହାଲ ଗ୍ରାମର ରଞ୍ଜନ ପ୍ରଧାନ । ଖୁଣ୍ଟିଆ ପଡ଼ା ଗ୍ରାମର ହତ୍ୟାକାରୀ ଗାର୍ଡଙ୍କୁ ପୋଲିସ ଗିରଫ କରିଛି ।

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଏନେଇ ବୌଦ୍ଧ ଆଦର୍ଶ ଥାନା ପୋଲିସର ତଦନ୍ତ ଜାରି । ସୂଚନା ଅନୁଯାୟୀ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଯୋଗୀଭଗୋରା ଗ୍ରାମରେ ନିର୍ମାଣାଧୀନ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତ ହୋଇଥିବା ବେଳେ ଦିନ ସମୟରେ ଜଣେ ଏବଂ ରାତି ସମୟରେ ଜଣେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ ।

Advertisment

ଗତକାଲି ଦୁହିଁଙ୍କ ମଧ୍ୟରେ ବିଳମ୍ବିତ ରାତିରେ କିଛି ବଚସା ହୋଇଥିବା ବେଳେ ପରେ ପରେ ଏହା ଉଗ୍ରରୂପ ନେଇଥିଲା । ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଜଣେ ଅନ୍ୟ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଗତକାଲି ହତ୍ୟାକାରୀ ଖୁଣ୍ଟିଆପଡ଼ା ଗ୍ରାମର ପ୍ରକାଶ ବେହେରାଙ୍କ ଦିନ ବେଳା ଡ୍ୟୁଟି ଥିବା ବେଳେ ରାତିରେ ମୃତକ ରଞ୍ଜନ ପ୍ରଧାନଙ୍କ ଡ୍ୟୁଟି ଥିଲା ।

ଡ୍ୟୁଟିକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ହତ୍ୟାକାରୀ ଟାଙ୍ଗିଆରେ ରଞ୍ଜନଙ୍କୁ ଆକ୍ରମଣ କରିଥିଲା ଏବଂ ସେଠାରେ ସଙ୍ଗେ ସଙ୍ଗେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ପରେ ହତ୍ୟାକାରୀ ବସ୍ ଯୋଗେ ପୁରୁଣା କଟକ ଥାନାକୁ ଯାଇ ସେଠାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Advertisment
Security Guard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ