Advertisment

Mysterious Deaths at KIIT: ‘କିଟ୍‌ରେ ଅଛି ମୃତ୍ୟୁର ଅନ୍ଧାରୀ କୋଠରୀ; ଖାଲି ମରୁଛନ୍ତି ଛାତ୍ରୀ’

କିଟ୍‌ରେ ପୁଣି ନେପାଳୀ ଛାତ୍ରୀଙ୍କୁ ମୃତ୍ୟୁ ସାରା ଦେଶରେ ସୃଷ୍ଟି କରିଛି ହଇଚଇ। ପୁଣି ଅଶାନ୍ତ ହୋଇ ପଡ଼ିଛି କିଟ୍‌ କ୍ୟାମ୍ପସ। ପୀଡ଼ିତାଙ୍କୁ ନ୍ୟାୟ ଓ ନିରପେକ୍ଷ ତଦନ୍ତ ପାଇଁ କରାଯାଉଛି ପ୍ରତିବାଦ।

ଅଦ୍ୟତନ ହୋଇଛି
Kitt

Kitt

Advertisment

କିଟ୍‌ରେ ପୁଣି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ସାରା ଦେଶରେ ସୃଷ୍ଟି କରିଛି ହଇଚଇ। ପୁଣି ଅଶାନ୍ତ ହୋଇ ପଡ଼ିଛି କିଟ୍‌ କ୍ୟାମ୍ପସ। ପୀଡ଼ିତାଙ୍କୁ ନ୍ୟାୟ ଓ ନିରପେକ୍ଷ ତଦନ୍ତ ପାଇଁ କରାଯାଉଛି ପ୍ରତିବାଦ। ଏହି ପରିପେକ୍ଷୀରେ କଂଗ୍ରେସ ନେତା ମନୋଜ ବିଶ୍ୱାଳ କହିଛନ୍ତି, କିଟ୍‌ରେ ତିଆରି ହୋଇଛି ମୃତ୍ୟୁର ଅନ୍ଧାରୀ କୋଠରୀ । ତା’ ଭିତରେ  ଖାଲି ଛାତ୍ରୀମାନେ ମରୁଛନ୍ତି। ଗୋଟିଏ ୨ ମାସ ଅନ୍ତରରେ କାହିଁକି ଛାତ୍ରୀମାନେ ମରୁଛନ୍ତି? ବର୍ଷକୁ ୫ରୁ ଅଧିକ  ଛାତ୍ରୀଙ୍କ ଜୀବନ ଯାଉଛି କ’ଣ ପାଇଁ ?  କିଟ୍‌ରେ କ’ଣ ଚାଲିଛି?

Advertisment

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ; ନେପାଳ ବୈଦେଶିକ ମନ୍ତ୍ରୀ କହିଲେ, କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ

ସେ କହିଛନ୍ତି, କିଟ୍‌ରେ କେବଳ କାହିଁକି  ଛାତ୍ରୀମାନେ ମରୁଛନ୍ତି? କାହିଁକି ଏଠି ଛାତ୍ରୀମାନଙ୍କ ପାଇଁ ମରଣ ଯନ୍ତା ତିଆରି ହୋଇଛି? ଏଠାରେ ପିଲାମାନଙ୍କୁ ହାରାସ କରାଯାଉଛି। ଫଳରେ ଛାତ୍ରୀମାନେ ଆତ୍ମହତ୍ୟା କରୁଛନ୍ତି। କାହିଁକି ଛାତ୍ରଛାତ୍ରୀଙ୍କ କଥା ଶୁଣାଯାଉ ନାହିଁ? ଛାତ୍ରଛାତ୍ରୀଙ୍କ କଥା ବୁଝିବାକୁ ଆସିଲା ବେଳକୁ ପୋଲିସ ମାନେ ଏଠି ଗୁଣ୍ଡା ସାଜିଛନ୍ତି। ଯେପରି ଲାଗୁଛି ପୋଲିସ କିଟ୍‌ ଠାରୁ ଦରମା ପାଉଛନ୍ତି। କିଟ୍‌ ପାଇଁ ଓଡ଼ିଶା ବଦନାମ ହେଉଛି।

Advertisment

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ନେପାଳ ଛାତ୍ରୀ ପ୍ରୀଶା ଶାହାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏଯାଏ ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଆଜି ମୃତ ଛାତ୍ରୀ ପ୍ରୀସାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସରେ ମୃତଦେହର ବ୍ୟବଚ୍ଛେଦ ହେବ ।

ସୂଚନାଯୋଗ୍ୟଯେ, ପ୍ରାୟ ଅଢ଼େଇ ମାସ ତଳେ କିଟ୍ କ୍ୟାମ୍ପସରେ ହୋଇଥିଲା ଆଉ ଜଣେ ଛାତ୍ରୀଙ୍କ ମୃତ୍ୟୁ ହଇଚଇ ସୃଷ୍ଟି କରିଥିଲା । ଫେବ୍ରୁଆରୀ ୧୬ରେ ଆତ୍ମହତ୍ୟା କରିଥିଲେ ନେପାଳୀ ଛାତ୍ରୀ 'ପ୍ରକୃତି' । ପ୍ରାୟ ଅଢ଼େଇ ମାସ ପରେ ଏବେ ପୁଣି ଜଣେ ଛାତ୍ରୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

Advertisment

ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । କେବଳ ଖବର ପହଞ୍ଚାଇବା ପାଇଁ ଆମେ ଏହାକୁ ପ୍ରକାଶ କରୁଛୁ। ତେବେ ଏ ସଂପର୍କରେ କିଟ୍‌ର ପ୍ରତିକ୍ରିୟା ମିଳିପାରିନି।

 କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ, ହଷ୍ଟେଲରୁ ମୃତଦେହ ଉଦ୍ଧାର କଲା କିଏ ?

KIIT Student Death KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ