ଅର୍ଚ୍ଚନା ନାଗ ମାମଲା: ଆସିଲା ମୋବାଇଲ-ପେନ୍‌ଡ୍ରାଇଭ୍‌ ଯାଞ୍ଚ ରିପୋର୍ଟ, ରହିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୟାପଲ୍ଲୀ ଥାନା ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ ।

Archana Nag

ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ଓ ହନିଟ୍ରାପ୍ ମାମଲାର ଆସିଲା ଦ୍ୱିତୀୟ ପର୍ଯ୍ୟାୟ ଫରେନସିକ ରିପୋର୍ଟ । ଖଣ୍ଡଗିରି ଥାନା ପୋଲିସକୁ ରିପୋର୍ଟ ହସ୍ତାନ୍ତର କରିଛ ରାଜ୍ୟ ଫରେନସିକ୍ ଲ୍ୟାବ୍ । ଅର୍ଚ୍ଚନା ପାଖରୁ ଜବତ ହୋଇଥିବା ୪ଟି ମୋବାଇଲ, ୨ଟି ଲାପଟପ୍, ପେନଡ୍ରାଇଭ୍‌ରେ ଥିବା ଡିଜିଟାଲ ତଥ୍ୟର ନକଲ ପୋଲିସକୁ ହସ୍ତାନ୍ତର କରାଯାଇଛି । ପ୍ରଥମ ରିପୋର୍ଟରେ ଜଗବନ୍ଧୁଙ୍କ ଡିଜିଟାଲ ତଥ୍ୟ ସଂପର୍କୀତ ରିପୋର୍ଟ ଆସିଥିଲା । ଏବେ ଅର୍ଚ୍ଚନାଙ୍କ ସ୍ୱାମୀ ୪ ଦିନିଆ ରିମାଣ୍ଡରେ ଥିବା ବେଳେ, ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ସଂପର୍କରେ ପଚରାଉଚରା କରୁଛି । ଗତକାଲି ନୟାପଲ୍ଲୀ ଥାନା ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ ।

ଫିଲ୍ମ ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କୁ ୩କୋଟି ଟଙ୍କାର ବ୍ଲାକମେଲ୍ କରିବା ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି । ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କୁ ୩କୋଟି ଟଙ୍କା ଡିମାଣ୍ଡ ସମ୍ବନ୍ଧୀୟ ପ୍ରମାଣ, ଡିଲ ବେଳର ପ୍ରମାଣ ଓ ଅନ୍ୟ କିଛି ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଛି ନୟାପଲ୍ଲୀ ଥାନା ।

ଅନ୍ୟପଟେ ଜଗବନ୍ଧୁଙ୍କୁ ଏବେ ୪ ଦିନିଆ ରିମାଣ୍ଡରେ ନେବା ପୂର୍ବରୁ ୪ ପ୍ରଥମ ପର୍ଯ୍ୟାୟରେ ୯ ଦିନ ରିମାଣ୍ଡ ନେଇ ପଚରାଉଚରା କରିଥିଲା ଇଡି । ଅର୍ଚ୍ଚନା-ଜଗବନ୍ଧୁଙ୍କୁ ଏକାଠି ବସାଇ ଖୋଳତାଡ଼ କରିଥିଲା ଇଡି । ଏହି ସମୟରେ ଅନେକ କିଛି ତଥ୍ୟ ଇଡି ହାତରେ ଲାଗିଛି । ତାସହ ଡିଜିଟାଲ୍ ପ୍ରମାଣ, ଯେପରି ମୋବାଇଲ୍, ସିସିଟିଭି ଏସବୁକୁ ତଦନ୍ତ ପରିସରକୁ ନେଇ ଯାଞ୍ଚ ହୋଇଛି । ଏହା ସହିତ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମା ବଢ଼ିଛି ।