Search operation in Mahanadi
ପୁଣି କାଳ ହେଲା ମହାନଦୀ ଗାଧୁଆ । ପୁଣି ଘଟିଛି ଅଘଟଣ । କଟକ ଯୋବ୍ରା ନିକଟରେ ଗାଧାଉଥିବାବେଳେ ବୁଡି ଗଲେ ତିନି ଜଣ ।ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ମେଡିକାଲରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଏବେ ବି ନିଖୋଜ ଅଛନ୍ତି । ମୃତକ ହେଲେ ସାହିଲ ଖାନ୍ ।
ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନ ସମୟରେ ମହାନଦୀରେ ବୁଡିଯିବା ପରେ ସ୍ଥାନୀୟ ଲୋକେ ସାହିଲକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ତୁରନ୍ତ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ସେପଟେ ନିଖୋଜ ଦୁଇଜଣ ହେଲେ ସାଜିକ୍ ମଜିଦ୍, ଓ ଆୟୁର ଖାନ୍ । ସେମାନଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଥିଲେ ବି ସଂଧ୍ୟା ହୋଇଯିବାରୁ ରେସ୍କ୍ୟୁ ଅପରେସନ ବନ୍ଦ ରଖିଥିଲେ ।
ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ଉଦ୍ଧାରକାଯ୍ୟ । ଉଦ୍ଧାରକାରୀ ଟିମରେ ସ୍କୁବା ଡାଇଭର ବି ସାମିଲ ହୋଇଛନ୍ତି । ମୃତ ଓ ନିଖୋଜ ନାବାଳକମାନଙ୍କ ଘର ଘର କଟକ ଚୂନଭାଟି ଅଂଚଳର ଚାରିଘରିଆରେ । ଘରେ ମିଛ କହି ୩ ଜଣ ଯାକ ଗତକାଲି ମହାନଦୀକୁ ଗାଧୋଇବାକୁ ଆସିଥିଲେ ବୋଲି ସୂଚନା ମିଳିଛି....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649648272.jpg)