Advertisment

ମୋବାଇଲ୍ ଲୁଟିଲେ, ପଥର ଛେଚି ହତ୍ୟା କଲେ

ଜଣେ କବାଡ଼ିବାଲାଙ୍କ ମୋବାଇଲ୍ ଲୁଟ୍ ପାଇଁ ବିଭତ୍ସ ହତ୍ୟା। ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ।

ଅଦ୍ୟତନ ହୋଇଛି
Murder

Murder

Advertisment

ମୋବାଇଲ୍ ପାଇଁ ହତ୍ୟା। ଜଣେ କବାଡ଼ିବାଲାଙ୍କ ମୋବାଇଲ୍ ଲୁଟ୍ ପାଇଁ ବିଭତ୍ସ ହତ୍ୟା। ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ। ଗତ ୭ ତାରିଖ ଦିନ ମହମ୍ମଦ ଫିରୋଜଙ୍କୁ କିଛି ଯୁବକ କବାଡ଼ି ସାମଗ୍ରୀ ଥିବା ନେଇ ଫୋନରେ ଜଣାଇଥିଲେ। ତାଙ୍କୁ କତରବଗା ଥାନା ଅଞ୍ଚଳର ଏକ ଜଙ୍ଗଲ ପାଖକୁ ଡାକିଥିଲେ। ପୂର୍ବ ଯୋଜନା ମୁତାବକ ଦୁଇ ଅଭିଯୁକ୍ତ ଫିରୋଜଙ୍କୁ ବାଡ଼ିରେ ପ୍ରବଳ ପିଟିଥିଲେ। ସେଠୁ ଦୌଡ଼ି ଯିବାକୁ ଚେଷ୍ଟା କରିବା ବେଳେ ଏକ ଗାତରେ ଖସି ପଡ଼ିଥିଲେ ଫିରୋଜ। ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ପାଖରେ ପୋତି ଦେଇଥିଲେ।

Advertisment

ଏହା ପରେ ଘଟଣାସ୍ଥଳରୁ ଫିରୋଜ୍‌ଙ୍କ ମୋବାଇଲ୍ ନେଇ ଚମ୍ପଟ ମାରିଥିଲେ ଅଭିଯୁକ୍ତମାନେ। ପୋଲିସ୍ ଫିରୋଜଙ୍କ କଲ୍ ଡିଟେଲ ରେକର୍ଡ-CDR ଯାଞ୍ଚ ପରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପରେ ପୁରା ମାମଲା ସାମ୍ନାକୁ ଆସିଛି। ପୋଲିସ୍ ମୃତଦେହକୁ ଉଦ୍ଧାର କରିବା ସହ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଜାରି ରଖିଛି ।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ