Advertisment

SCB ଡାକ୍ତରଙ୍କ ୩ ପତ୍ନୀ, ଏକାଧିକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ...

ବହୁ ମହିଳାଙ୍କୁ ବିବାହ କରିବା ଅଭିଯୋଗରେ କଟକ ଏସ୍‌ସିବି ମେଡିକାଲ୍‌ କଲେଜର ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ପୋଲିସ୍‌ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
SCB Hospital Doctor Arrested

SCB Hospital Doctor Arrested

୧୯ ମହିଳାଙ୍କ ସ୍ୱାମୀ ତଥା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କଥା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଆଉ ଜଣେ ରସିକିଆ ଡାକ୍ତରଙ୍କୁ ନେଇ ଚର୍ଚ୍ଚା। ବହୁ ମହିଳାଙ୍କୁ ବିବାହ କରିବା ଅଭିଯୋଗରେ କଟକ ଏସ୍‌ସିବି ମେଡିକାଲ୍‌ କଲେଜର ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ୍‌ ଗିରଫ କରିଛି।

Advertisment

ଆଶିଷ ମିଥ୍ୟା ପ୍ରଲୋଭନ ଦେଖାଇ ବହୁ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ତୃତୀୟ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଆଶିଷଙ୍କୁ ଗିରଫ କରିଛି। ପୂର୍ବରୁ ତାଙ୍କର ୨ ଟି ପତ୍ନୀ ଥିବା ଜାଣିପାରି ତୃତୀୟ ପତ୍ନୀ ଥାନାରେ ଏନେଇ ଅଭିଯୋଗ କରିଥିଲେ।ଏପରକି ପୂର୍ବ ଦୁଇ ପତ୍ନୀଙ୍କ ୨ଟି ସନ୍ତାନ ଥିବା ମଧ୍ୟ ଜଣାପଡ଼ିଛି। 

ପୂର୍ବରୁ ଦୁଇ ଦୁଇଟି ବିବାହ କରି ଆଶିଷ ପୁଣି ତୃତୀୟ ଥର ବିବାହ କରିଥିଲେ। ବିବାହର ୨ ମାସ ପରେ ତୃତୀୟ ପତ୍ନୀ ଆଶିଷଙ୍କ କାରନାମା ଜାଣିପାରିଥିଲେ। ପୂର୍ବ ପତ୍ନୀଙ୍କୁ ଛାତ୍ରପତ୍ର ନଦେଇ ସେ ତୃତୀୟ ବିବାହ କରିଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ ୩ଟି ବିବାହ କରି ମଧ୍ୟ ଆଶିଷ ଏକାଧିକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ତୃତୀୟ ପତ୍ନୀ ଅଭିଯୋଗ କରିଛନ୍ତି।

Advertisment

ସୂଚନାଥାଉ କି, ୧୯ ମହିଳାଙ୍କ ସ୍ୱାମୀ ତଥା ନକଲି ଡାକ୍ତର ରମେଶ ସ୍ୱାଇଁ ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଡ୍ରାମା କରୁଥିଲେ। କେତେବେଳେ ମିଛି ମିଛିକା କାନ୍ଦୁଥିଲେ ତ ଆଉ କେତେବେଳେ ଶରୀର ଅସୁସ୍ଥ ରହିଛି ବୋଲି ଅଭିନୟ କରୁଥିଲେ। ଯାହାକୁ ସହଜରେ ବିଶ୍ୱାସ କରି ନେଉଥିଲେ ଅସହାୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ମହିଳାମାନେ। ଆଉ ତାପରେ ସେମାନଙ୍କୁ ବିବାହ କରି ଅୟସ୍‌ କରୁଥିଲେ ରମେଶ।

SCB Hospital Doctor Arrested
Advertisment
Advertisment