Advertisment

ଜୋର ଜବରଦସ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ସରପଞ୍ଚ ! ଏବେ ଜୀବନ ଗଲା...

ଗତ ୩୦ ତାରିଖ ରାତିରେ ସଂପୃକ୍ତ ମହିଳା PEOଙ୍କ ବାସଭବନକୁ ଆସିଥିଲେ। ଆଉ ସଂଜିତଙ୍କୁ ଶୋଇଥିବା ଅବସ୍ଥାରେ ତକିଆରେ ମୁହଁକୁ ଚାପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଖସିଯାଇଥିଲେ। ଶେଷରେ ସଦର ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Crime

Crime

Advertisment

କାଳ ହେଲା ଅନିଚ୍ଛା ସତ୍ତ୍ୱେ ମହିଳାଙ୍କ ସହ ଅନୈତିକ ସଂପର୍କ। ଶେଷରେ ତକିଆରେ ମୁହଁକୁ ଚାପି ଯୁବ ବିଜେଡି ନେତାଙ୍କୁ ହତ୍ୟା କରିଛନ୍ତି ସଂପୃକ୍ତ ମହିଳା। କନ୍ଧମାଳ ଜିଲ୍ଲା ଯୁବ ବିଜେଡ଼ି ଉପ-ସଭାପତି ତଥା ଦଡ଼କୀ ପଞ୍ଚାୟତ ସରପଞ୍ଚଙ୍କ ପୁଅ ସଂଜିତ କୁମାର ମଲ୍ଲିକ ହତ୍ୟା ଘଟଣାର ଏଭଳି ଖୁଲାସା କରିଛି ପୋଲିସ।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଫୁଲବାଣୀ ସଦର SDPO କହିଛନ୍ତି, ଗତ ୧ ତାରିଖ ସକାଳେ ଦଡ଼କି PEOଙ୍କ ବାସଭବନରୁ ସଂଜିତଙ୍କ ମୃତଦେହ ମିଳିଥିଲା। ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା, ଜଣେ ବିବାହିତାଙ୍କ ସହିତ ଅନିଚ୍ଛା ସତ୍ତ୍ୱେ ଅନୈତିକ ସମ୍ପର୍କ ରଖୁଥିଲେ ସଂଜିତ । ମହିଳାଙ୍କଠାରୁ ଗ୍ରୁପ ଟଙ୍କା ନେଇ ବି ଆଉ ଫେରାଉନଥିଲେ। ଏପରିକି ମହିଳାଙ୍କୁ ବଦନାମ କରିବାକୁ ଧମକ ଚମକ ବି ଦେଉଥିଲା।

ଶେଷରେ ଗତ ୩୦ ତାରିଖ ରାତିରେ ସଂପୃକ୍ତ ମହିଳା PEOଙ୍କ ବାସଭବନକୁ ଆସିଥିଲେ। ଆଉ ସଂଜିତଙ୍କୁ ଶୋଇଥିବା ଅବସ୍ଥାରେ ତକିଆରେ ମୁହଁକୁ ଚାପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଖସିଯାଇଥିଲେ। ଶେଷରେ ସଦର ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି।

Advertisment
Murder BJD PEO Sarapancha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ