• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳି ମାଡ଼ରେ ଜଣେ ଗୁରୁତର । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କଷୁରବନ୍ଧ ଗାଁରେ । ଗୁରତର ଜଣକ ହେଲେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ରାତି ପ୍ରାୟ ୯ଟା ସମୟରେ କଷୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ ଓ ତାଙ୍କ ବାପା ଓ ଭାଇଙ୍କ ସହ ରାଜେନ୍ଦ୍ରଙ୍କ ବଚସା ହୋଇଥିଲା ।

ପରେ ସରପଞ୍ଚ ସରୋଜ କର୍ଣ୍ଣ ଉତ୍ତ୍ୟକ୍ତ ହୋଇ ରାଜେନ୍ଦ୍ରଙ୍କ ଉପରକୁ ପ୍ରଥମେ ଗୋଟିଏ ରାଉଣ୍ଡ ଫ୍ଲସ ଫାଇରିଙ୍ଗ କରିଥିଲେ । ପରେ ରାଜେନ୍ଦ୍ର ଦୁଇ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ଫାୟାର କରିଥିଲେ । ଫଳରେ ରାଜେନ୍ଦ୍ର ତଳେ ପଡିଯାଇଥିଲେ । ପରେ ସରପଞ୍ଚ ସରୋଜ କର୍ଣ୍ଣ ଏବଂ ତାଙ୍କ ବାପା ଓ ଭାଇ ମିଶି ରାଜେନ୍ଦ୍ରଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ମନମୁଣ୍ଡା ଓ ପରେ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି । ଦୋଷୀମାନଙ୍କୁ କଠୋର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି ଗୁରୁତରଙ୍କ ପରିବାର ଲୋକ । ଖବର ପାଇ ମନମୁଣ୍ଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ସରପଞ୍ଚ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।

OTV is now on Whatsapp

Join and get latest news update delivered to you via whatsapp

Join Now