Advertisment

ସରପଞ୍ଚ-ପୂର୍ତ୍ତ ବିଭାଗ SDO ମାରପିଟ୍ ଘଟଣା, ଉଭୟ ବାବୁ ଓ ସରପଞ୍ଚ ଗିରଫ

ବଲାଙ୍ଗିର ହରିଶଙ୍କର ପୀଠର ଉନ୍ନୟନ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଲ ଗୁରୁ।

Bolangir Clash

Bolangir Clash

Advertisment

ଫାଇଭ୍-ଟି କାମରେ ଦୁର୍ନୀତି ଅଭିଯୋଗକୁ ନେଇ ମରାମରି ହୋଇଥିବା ସରପଞ୍ଚ ଓ ପୂର୍ତ୍ତବିଭାଗ ଏସଡିଓ ଗିରଫ। ଉଭୟ ପରସ୍ପର ନାଁରେ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଉଭୟଙ୍କୁ ଗିରଫ କରାଯାଇଛି । ପରେ ଉଭୟଙ୍କୁ ଜାମିନ ମିଳିଛି। ବଲାଙ୍ଗିର ହରିଶଙ୍କର ପୀଠର ଉନ୍ନୟନ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଲ ଗୁରୁ।

Advertisment

ତେବେ ତାଙ୍କୁ ପୂର୍ତ୍ତ ବିଭାଗର ଏସଡିଓ ସିଦ୍ଧାର୍ଥ ଦାସ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ ସୁଶୀଲ। ଖପ୍ରାଖୋଲ ଥାନାରେ ଏନେଇ ସେ ଲିଖିତ ଅଭିଯୋଗ ବି କରିଥିଲେ। ସେପଟେ ଏସଡିଓ ସିଦ୍ଧାର୍ଥ ଦାସ ମଧ୍ୟ ତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ସୁଶୀଲଙ୍କ ନାଁରେ ପାଲଟା ଅଭିଯୋଗ କରିଥିଲେ।

Sarpanch Bolangir Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ