Advertisment

ବିଚ୍‌ ରାସ୍ତାରେ ଲୋକ ପ୍ରତିନିଧିଙ୍କ ଦାଦାଗିରି ! ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରି ପକାଇଲେ . .

କୁହାଯାଉଛି କି ସମ୍ପୃକ୍ତ ସରପଂଚ ଜଣକ କୁଆଡେ ବିଧାୟକଙ୍କ ଖାସ୍‌ ଲୋକ

ଅଦ୍ୟତନ ହୋଇଛି
Crime In Cuttack

Special story

Advertisment

ବିଚ୍‌ ବଜାରରେ ଯୁବକଙ୍କୁ ନିର୍ଘାତ ମାଡ଼ ମାରିଲେ ସରପଞ୍ଚ । ଯାହାର ଭୋଟ୍‌ ପାଇ କ୍ଷମତା ପାଇଛନ୍ତି, ତାଙ୍କ ଉପରେ ହିଁ ଅକଥନୀୟ ନିର୍ଯାତନା କରିଛନ୍ତି । ରାଜନୈତିକ ଶତୃତାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଛନ୍ତି ସରପଂଚ। ଆଉ ସରପଞ୍ଚଙ୍କ ଏଇ ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ବି ହୋଇଛନ୍ତି । ଏମିତିକି ଆହତ ହୋଇଥିବା ଯୁବକ ଜଣକ ଥାନାରେ ଏନେଇ ମାମଲା ରୁଜୁ କରିବା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । କୁହାଯାଉଛି କି ସମ୍ପୃକ୍ତ ସରପଂଚ ଜଣକ କୁଆଡେ ବିଧାୟକଙ୍କ ଖାସ୍‌ ଲୋକ । ତେବେ ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ବାସେଳିହତାରେ ।

Advertisment

ବାସେଳିହତା ପଞ୍ଚାୟତ ସରପଞ୍ଚ କଳିଙ୍ଗ କେଶରୀ ମହାଳିକଙ୍କର ସେହି ଗ୍ରାମର ପ୍ରଶାନ୍ତ କୁମାର ପ୍ରତିହାରୀଙ୍କ ସହ ରାଜନୈତିକ ଶତୃତା ରହିଛି। ଗତ ପଞ୍ଚାୟତ ନିର୍ବାଚନ ସମୟରୁ ଏହି ଛକାପଞ୍ଝା ଲାଗି ରହିଛି । ଗତକାଲି ପ୍ରଶାନ୍ତ ରାସ୍ତାରେ ଯାଉଥିବା ବେଳେ ନିଜ ସମର୍ଥକଙ୍କ ସହ ତାଙ୍କୁ ଅଟକାଇଲେ କଳିଙ୍ଗ କେଶରୀ ମହାଳିକ । ଏହାପରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ବେଳେ କଳିଙ୍ଗ କେଶରୀ ତାଙ୍କୁ ଏକ ଠେଙ୍ଗାରେ ନିର୍ଦ୍ଧୁମ ପିଟିଥିଲେ।

ଅଧିକ ପଢ଼ନ୍ତୁ: କଟକରେ ଦାଦାଗିରି: ପୋଲିସ୍‌ ଆଖି ସାମ୍ନାରେ ବିଚ୍‌ ରାସ୍ତାରେ ଯୁବକଙ୍କ ହାତ ବାନ୍ଧି ଦୌଡ଼ାଇଲେ

Advertisment

ଏନେଇ ପ୍ରଶାନ୍ତ ନରସିଂହପୁର ଥାନାରେ ଏକ ଅଭିଯୋଗ କରିଥିବା ବେଳେ କଳିଙ୍ଗ କେଶରୀ ମହାଳିକ ବି ପାଲଟା ଅଭିଯୋଗ କରିଛନ୍ତି। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ଖୁଲମଖୁଲା ବୁଲୁଛନ୍ତି ସରପଞ୍ଚ ।

(ରିପୋର୍ଟ - ସର୍ବେଶ୍ୱର ସ୍ୱାଇଁ, ନରସିଂହପୁର )

Crime In Odisha Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ