• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ଲୋକନାଥଙ୍କ ପତ୍ନୀ

  • ହତ୍ୟାର କାରଣ ରାଜନୈତିକ ଶତ୍ରୁତା ନା ଆଉ କିଛି ସ୍ପଷ୍ଟ ହୋଇନି

ବଲାଙ୍ଗିରରେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳିକରି ହତ୍ୟା । ବେଲପଡ଼ା ବ୍ଲକ ବାଗଡୋର ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳିମାଡ଼ ଫେରାର ମାରିଛନ୍ତି ଦୁର୍ବୃତ୍ତ । ପ୍ରଥମେ ଦୁଇରୁ ୩ ଜଣ ଯୁବକ ଲୋକନାଥଙ୍କ ଘରକୁ ଆସି ତାଙ୍କ ସହ ହାତ ମିଳାଇ କଥା ହୋଇଥିଲେ । ତେବେ ପରେ ତାଙ୍କ ଛାତିକୁ ଗୁଳି ସେମାନେ ଫେରାର ହୋଇଯାଇଥିଲେ । ଗୁଳି ମାରିବା ତୁରନ୍ତ ପରେ ଗୁରୁତର ଅବସ୍ଥାରେ ଲୋକନାଥଙ୍କୁ ବେଲପଡ଼ା ହସ୍ପିଟାଲକୁ ନିଆଯାଇଥିଲା ।

ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲୋକନାଥ ବେଲପଡ଼ା ଅଞ୍ଚଳରେ ବିଜେଡିର ଜଣେ ଜଣାଶୁଣା ନେତା ହୋଇଥିବା ବେଳେ ତାଙ୍କ ପତ୍ନୀ ନିକଟରେ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ତେବେ ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ନା ଆଉ କିଛି ତାହା ସ୍ପଷ୍ଟ ହୋଇନି । ପୋଲିସ ଏ ଘଟଣାରେ ଛାନଭିନ୍ ଜାରି ରଖିଥିବା ବେଳେ କିଛି ଯୁବକଙ୍କୁ ଅଟକ ରଖିଥିବା ଚର୍ଚ୍ଚା ହେଉଛି ।

ବାଗଡୋର ପଞ୍ଚାୟତରେ ମାଓ ଗତିବିଧି ମଧ୍ୟ ରହିଛି । ଗତ କିଛି ବର୍ଷ ତଳେ ମାଓବାଦୀମାନେ ଜଣେ ନାଏବ ସରପଞ୍ଚଙ୍କୁ ହତ୍ୟା କରିଥିଲେ । ତେବେ ଏ ଘଟଣାକୁ ନେଇ ପୁରା ବେଲପଡ଼ା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।