କମେଣ୍ଟମରାକୁ କେନ୍ଦ୍ର କରି ତାଣ୍ଡବ ରଚିଥିଲେ : ତିନି ରୋଡ୍ ରୋମିଓଙ୍କୁ ବାନ୍ଧିଲା ପୋଲିସ୍‌

ନୟାପଲ୍ଲୀ ଲେଡିଜ ହଷ୍ଟେଲରେ ଦୁର୍ବତ୍ତଙ୍କ ଆକ୍ରମଣ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ

Commissionerate Police

ବନ୍ଧାହେଲେ ରୋଡ୍‌ ରୋମିଓ । ତିନି ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଶୁକ୍ରବାର ରାତିରେ କମେଣ୍ଟମରାକୁ କେନ୍ଦ୍ର କରି ତାଣ୍ଡବ ରଚିଥିଲେ । ନୟାପଲ୍ଲୀ ଲେଡିଜ ହଷ୍ଟେଲରେ ଦୁର୍ବତ୍ତଙ୍କ ଆକ୍ରମଣ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

ଗିରଫ ଅଭିଯୁକ୍ତ ହେଲେ ସୋନୁ ଓରଫ ସନିଆ ଦାସ, ପିଙ୍କୁ ଓରଫ ଶଶିକାନ୍ତ ଭୋଇ ଓ ସଞ୍ଜୟ ବେହେରା । ଏହି ଘଟଣାରେ ସଂପୃକ୍ତ ଆଉ ୭ ଜଣ ଫେରାର ଅଛନ୍ତି । ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଘର ନୟାପଲ୍ଲୀ ଭୋଇ ସାହିରେ ବୋଲି ପୋଲିସ ସୂଚନା ଦେଇଛି । ଗତ ୫ ତାରିଖ ସନ୍ଧ୍ୟାରେ ହଷ୍ଟେଲ ଭିତରେ ପଶି ଅଭିଯୁକ୍ତ ଯୁବତୀଙ୍କୁ ଅସଦାଚାରଣ କରିଥିଲେ । ନିଜ ବନ୍ଧୁଙ୍କ ସହ କଥା ହେବା ସମୟରେ ପ୍ରଥମେ ମହିଳାଙ୍କୁ ପଥର ପକାଇଥିଲେ ଅଭିଯୁକ୍ତ ।

ରୋଡ଼ ରୋମିଓଙ୍କ ଉତ୍ପାତ ପରେ ପୋଲିସର ଚୋତା ପଶିଛି। ଘଟଣା ନେଇ ପଚରା ଉଚରା କରିବାକୁ ହଷ୍ଟେଲକୁ ମହିଳା ପୋଲିସ ଯିବେ । ହଷ୍ଟେଲରେ ଥିବା ଯୁବତୀଙ୍କ ସହ ଆଲୋଚନା କରି ସେମାନଙ୍କ ଅସୁବିଧା ବିଷୟରେ ପଚାରି ବୁଝିବେ । ସେପଟେ ଲେଡ଼ିଜ ହଷ୍ଟେଲରେ ସୁରକ୍ଷା ଗାଇଡ ଲାଇନ ପାଳନ ଲାଗି ପୋଲିସ ତାଗିଦ କରିଛି । ଲେଡିଜ ହଷ୍ଟେଲରେ ସିସିଟିଭି ଲଗାଇବା ସହ ସୁରକ୍ଷା କର୍ମୀ ରଖିବା ଲାଗି ପୋଲିସ କହିଛି।