Advertisment

Bribe: ପ୍ରସୂତୀଙ୍କ ଠାରୁ ଲାଞ୍ଚ , ଲାଞ୍ଚ ନେବା ସମୟର ଭିଡିଓ ଗୁପ୍ତ କ୍ୟାମେରାରେ କଏଦ

ହସପିଟାଲରେ ଲାଞ୍ଚ କାରବାର। ପ୍ରସୂତୀଙ୍କଠାରୁ ନିଆଯାଇଛି ୧୮ଶହ ଟଙ୍କା ଲାଞ୍ଚ । ସେଥିରୁ ଡାକ୍ତର, ନର୍ସ, ସୁଇପରଙ୍କ ଭାଗ ଥିବା କହିଛନ୍ତି ଆଶା ଦିଦି। ଏଥିସହ ମିଳିମିଶି ଭାଗ କରି ବାଣ୍ଟି ନେବୁ ବୋଲି ବି ସେ କହିଛନ୍ତି ।

ଅଦ୍ୟତନ ହୋଇଛି
BRIBE

BRIBE

Advertisment

ହସପିଟାଲରେ ଲାଞ୍ଚ କାରବାର। ପ୍ରସୂତୀଙ୍କଠାରୁ ନିଆଯାଇଛି ଶହ ଶହ ଟଙ୍କା ଲାଞ୍ଚ । ଲାଞ୍ଚ ନେବା ବେଳର ଭିଡିଓ ଗୁପ୍ତ କ୍ୟାମେରାରେ କଏଦ ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ | MCH ବିଲ୍ଡିଂରେ ପିଲା ଜନ୍ମ ପରେ ଜଣେ ପ୍ରସୂତିଙ୍କଠାରୁ ଆଶା କର୍ମୀ ଟଙ୍କା ନେଉଥିବା ଦେଖିବାକୁ ମିଳିଛି । ୧୮ ଶହ ଟଙ୍କା ଆଶା କର୍ମୀ ଗୌରୀ ବାଗ ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

Advertisment

ସୂଚନା ଅନୁଯାୟୀ, ଦାଦନଗଡ ଭାବେ ପରିଚିତ ତୁରେଇକେଲା ବ୍ଲକ ବଡ଼ବାଙ୍କି ପଂଚାୟତ ମୁରିବାହାଲ ଗାଁର ମନ ଜଗତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ | ତାଙ୍କ ଠାରୁ ଆଶା କର୍ମୀ ଜଣଙ୍କ ଟଙ୍କା ନେଉଥିବା ଅଭିଯୋଗ ରହିଛି। ଏମିତିକି ଡାକ୍ତରଙ୍କଠାରୁ ସ୍ୱିପରଙ୍କ ପର୍ଯ୍ୟନ୍ତ ଏଥିରୁ କାହାର କେତେ ଭାଗ ଅଛି ସେନେଇ ବଖାଣିଛନ୍ତି ଆଶା କର୍ମୀ । ତେବେ ଏନେଇ ସଂପୃକ୍ତ ଆଶା କର୍ମୀ ଓ ମେଡିକାଲ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । 

Bribe Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ