Advertisment

କେନ୍ଦ୍ର ମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି ! ଖସି ପଳାଇଲେ ଅପରିଚିତ ବ୍ୟକ୍ତି

ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ SDPO।

ଅଦ୍ୟତନ ହୋଇଛି
two union ministers

two union ministers

Advertisment

କେନ୍ଦ୍ର ମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି ଅଭିଯୋଗ। ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ବେଳେ ଗୁଇନ୍ଦାଗିରି ସନ୍ଦେହ  ଅଭିଯୋଗ ଅନୁସାରେ, ସୋହଲାରେ ଜଣେ ବିଜେପି କର୍ମୀଙ୍କ ଘରେ ୨ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାର ଭୋଜନ କରୁଥିଲେ। ସେଠାରେ ସାଂସଦ ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ତେବେ ସେହି ସମୟରେ ଅପରିଚିତ ବ୍ୟକ୍ତିଜଣକ ଫଟୋ ଉଠାଇବାକୁ ଉଦ୍ୟମ କରିବାରୁ, କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ତାଙ୍କୁ ରୋକିବା ସହ ପରିଚୟ ପଚାରିଥିଲେ।

Advertisment

ବ୍ୟକ୍ତିଜଣକ ନିଜକୁ ଜିଲ୍ଲା ଗୁଇନ୍ଦା ବ୍ୟୁରୋ ଅଧିକାରୀ ଏବଂ ଘର ବଲାଙ୍ଗିର ବୋଲି କହିଥିଲେ। ତେବେ ତାଙ୍କ ପରିଚୟକୁ ନେଇ ସନ୍ଦେହ ହେବାରୁ ଅଧିକ ପଚରାଉଚରା କରିବା ବେଳେ ସେ ଦୌଡ଼ି ପଳାଇଥିଲେ। ଖସି ପଳାଇବା ବେଳେ ତାଙ୍କର ଆଇଡି କାର୍ଡ ଓ ମୋବାଇଲ ଖସିପଡ଼ିଥିଲା। ଆଇଡି କାର୍ଡରେ ସିଆଇଡି ସ୍ପେଶାଲ ବ୍ରାଞ୍ଚର ASI ଭୋଜରାଜ ଦାସ ବୋଲି ଲେଖାଯାଇଛି। 

ତେବେ ଏହି ଘଟଣାକୁ ନେଇ ପଦ୍ମପୁର ଟାଉନ୍ ଥାନାରେ ବିଜେପି ନେତା ଅଭିଯୋଗ କରିବା ସହିତ, ସେ କିଏ ଓ କାହିଁକି ଫଟୋ ଉଠାଉଥିଲେ, ପ୍ରଶ୍ନ ଉଠାଇଛି ଦଳ  ବିଜେପି ପକ୍ଷରୁ ଥାନା ମଧ୍ୟ ଘେରାଉ କରାଯାଇଥିଲା। ଅନ୍ୟପକ୍ଷରେ ପଦ୍ମପୁର SDPO ବିଭୂତି ଭୋଇ କହିଛନ୍ତି, ପଦ୍ମପୁର ଟାଉନ୍ ଥାନାରେ ଏତଲାକୁ ପଞ୍ଜୀକୃତ କରାଯାଇଛି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment
Union Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ