• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ସ୍ପାରେ ଯୌନଶୋଷଣ ମାମଲା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରାଜଧାନୀରେ ଥିବା ବିଭିନ୍ନ ସ୍ପା ଓ ପାର୍ଲରରେ ହେବ ଚଢ଼ାଉ । ରୁଟିନ୍ ଚେକ୍ ଲାଗି ସମସ୍ତ ଥାନା ଅଧିକାରୀଙ୍କୁ ଡିସିପିଙ୍କ ନିର୍ଦ୍ଦେଶ । ଭୁବନେଶ୍ୱର ରବି ଟକିଜ ଛକରେ ଏକ ସ୍ପାରେ ଯୌନ ଶୋଷଣ ମାମଲା ସାମ୍ନାକୁ ଆସିବା ପରେ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛି ।

ଗତକାଲି ରବିଟକିଜ ଅଞ୍ଚଳରେ ଏକ ସ୍ପାରୁ ଏଭଳି ଅଭିଯୋଗ ଆସିବା ପରେ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି । ଯାହା ଅଭିଯୋଗ ହୋଇଛି, ଚାକିରି ଆଳରେ ଯୁବତୀଙ୍କୁ ଆଣି ସ୍ପା ମାଲିକ ସେମାନଙ୍କୁ ଅନୈତିକ କାର୍ଯ୍ୟରେ ଲଗାଉଥିଲେ ।

ମାମଲାର ତଦନ୍ତ କରି ସ୍ପା ମାଲିକାଣିଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କିଛି ଦିନ ତଳେ ଖାରବେଳନଗରରେ ଏକ ଆୟୁର୍ବେଦିକ ସେଣ୍ଟରରେ ଚଢ଼ାଉ କରି ସେକ୍ସ୍ ରାକେଟ ଠାବ କରିଥିଲା ପୋଲିସ । ରେକର୍ଡ ଅନୁସାରେ ୬ ବର୍ଷରେ ରାଜଧାନୀରେ ଏଭଳି ୭୯ଟି ସେକ୍ସ୍ ରାକେଟ ଠାବ ହୋଇସାରିଲାଣି ।

OTV is now on Whatsapp

Join and get latest news update delivered to you via whatsapp

Join Now