ଗହଣା ଦୋକାନରେ ଲୁଟେରା, ୪ ବନ୍ଧୁକଧାରୀ ଲୁଟେରାଙ୍କୁ ଗିରଫ କରିଛି ପୋଲିସ

ଗହଣା ଦୋକାନରେ ବନ୍ଧୁକଧାରୀ ଲୁଟେରା । ଉଦିତନଗର ଥାନା ଅଧିନ ଏକ ଗହଣା ଦୋକାନରେ ପଶି ଚୋରି ଉଦ୍ୟମ କରିଥିବା ୪ ବନ୍ଧୁକଧାରୀ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିଛି ପୋଲିସ ।

loot

ଗହଣା ଦୋକାନରେ ବନ୍ଧୁକଧାରୀ ଲୁଟେରା । ରାଉରକେଲାର ଉଦିତନଗର ଥାନା ଅଧିନ ଏକ ଗହଣା ଦୋକାନରେ ପଶି ଚୋରି ଉଦ୍ୟମ କରିଥିବା ୪ ବନ୍ଧୁକଧାରୀ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିଛି ପୋଲିସ । ୪ ଜଣ ଲୁଟେରା ଦୋକାନରେ ପଶି ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ । ତେବେ ୪ ଡକାୟତ ପଶିଥିବା ନେଇ ଜାଣିବା ପରେ ବାହାରେ ଥିବା ଲୋକେ ପାଟିତୁଣ୍ଡ କରିବା ସହ ପୋଲିସକୁ ଖବର ଦେଇଥିଲେ ।

 ଏହାପରେ ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ଲୁଟେରାକୁ କାବୁ କରିଥିବା ବେଳେ ଅନ୍ୟ ୩ ଜଣ ଖସିଯିବାରେ ସଫଳ ହୋଇଛନ୍ତି । ... ଘଟଣା ବେଳର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।