Advertisment

ଝିଅଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ପଠାଉଥିଲେ ନଗ୍ନ ଛବି, ଏବେ ଧରାପଡ଼ି...

ଦୀପେଶ କୋଲି ନାମକ ଏହି ଯୁବକ ଇନ୍‌ଷ୍ଟ୍ରାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ମହିଳାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ . . .

ଅଦ୍ୟତନ ହୋଇଛି
Instagram Fake Account Follow Request

Instagram

Advertisment

ଅଜଣା ଲୋକଙ୍କ ଠାରୁ ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍ସେପ୍ଟ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି। ଆଜିକାଲି ସାଇବର କ୍ରାଇମ୍ ହୁ ହୁ ହୋଇ ବଢ଼ୁଥିବା ବେଳେ ଟିକିଏ ଅସାବଧାନତା ଆପଣଙ୍କୁ ହରଡ଼ଘଣାରେ ପକାଇପାରେ।

Advertisment

ଏପରିକି ଆପଣଙ୍କ ସାମାଜିକ ସମ୍ମାନ ତଳିତଳାନ୍ତ ହୋଇଯାଇପାରେ। ମୁମ୍ବାଇରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ଜଣେ ମହିଳା ଆଉ ଜଣେ ଅଜଣା ଯୁବକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟକୁ  ଇନ୍‌ଷ୍ଟ୍ରାଗ୍ରାମ ରେ ଗ୍ରହଣ କରିବା ପରେ ଏବେ ପୋଲିସର ଆଶ୍ରୟ ନେଇଛନ୍ତି।

ଅଧିକ ପଢ଼ନ୍ତୁ: ଫେକ୍ ଆକାଉଣ୍ଟ ଖୋଲି ଝିଅଙ୍କ ବାପା-ମାଆଙ୍କୁ ପଠାଉଥିଲେ ଅଶ୍ଲୀଳ ଫଟୋ!

Advertisment

ଘଟଣାରୁ ପ୍ରକାଶଯେ, ଦୀପେଶ କୋଲି ନାମକ ଏହି ଯୁବକ ଇନ୍‌ଷ୍ଟ୍ରାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ମହିଳାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। ତେବେ ରୋଚକ କଥାଟି ହେଉଛି, ଦୀପେଶ ନିଜକୁ ଜଣେ ଯୁବତୀ ଭାବେ ଦର୍ଶାଇ ଏହି କାରବାର କରୁଥିଲା।

ଫଳରେ ମୁମ୍ବାଇର ଏହି ମହିଳା ଫ୍ରେଣ୍ଡ ରିକ୍ୱେଷ୍ଟ ପାଇବା ପରେ ଆଉ ସନ୍ଦେହ ନକରି ଆକ୍ସେପ୍ଟ କରିଥିଲେ। ତା’ପରେ ଆରମ୍ଭ ହୋଇଥିଲା ଅସଲ ଖେଳ। ଏହି ମହିଳାଙ୍କ ବିଭିନ୍ନ ଫଟୋକୁ ଏଡିଟ୍ କରି ସେଥିରେ ନଗ୍ନ ଛବି ଯୋଡ଼ି ତାଙ୍କ ପାଖକୁ ପଠାଉଥିଲା।

Advertisment

ତେବେ ଏହି କାରବାର କୋଲି ପାଇଁ ନୂଆ ନୁହେଁ। ୩୧ ବର୍ଷିୟ ଏହି ଯୁବକ ଆଗରୁ ଏଭଳି ରିକ୍ୱେଷ୍ଟ ପଠାଇ ଅନେକ ମହିଳାଙ୍କୁ ବ୍ଲାକ୍‌ମେଲ୍ କରିଛି। ଏହି ମହିଳାଙ୍କ ଘଟଣାରେ ମଧ୍ୟ ସେଇ ଏକା କାମ କରିଥିବା ବେଳେ ମହିଳା ଜଣଙ୍କ ଏ ବାବଦରେ ପୋଲିସରେ ଖବର ଦେବା ପରେ ସବୁ କଥା ଖୁଲାସା ହୋଇଛି।

ପୋଲିସ୍ ଦୀପେଶ କୋଲିର ଆକାଉଣ୍ଟ ଚେକ୍ କରିବା ପରେ ଏହା ଏକ ନକଲି ଆକାଉଣ୍ଟ ବୋଲି ଜଣାପଡ଼ିଥିଲା। ପରେ ଆଇପି ଆଡ୍ରେସ୍ ଚେକ୍ କରିବା ପରେ ସଂପୃକ୍ତ ଯୁବକକୁ ପୋଲିସ ଠାବ କରି ତା’ ମୋବାଇଲ୍ ଜବତ କରିଛି । ଅନ୍ୟ କେଉଁ ମହିଳାଙ୍କୁ ବ୍ଲାକ୍‌ମେଲ୍ କରାଯାଇଛି କି ନାଇଁ, ତାହା ଜାଣିବା ପାଇଁ ଫୋରେନସିକ୍ ଲ୍ୟାବ୍‌କୁ ଜବତ ମୋବାଇଲ୍‌ ପଠାଯାଇଛି।

Cyber Crime Instagram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ