Advertisment

ରାଉରକେଲାରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା! ଅପରାଧୀଙ୍କ ପାଲଟିଛି ଚରାଭୂଇଁ

ଅସୁରକ୍ଷିତ ପାଲଟିଛି କି ରାଉରକେଲା? କ୍ରାଇମ ସିଟି ପାଲଟିଲାଣି କି ଷ୍ଟିଲସିଟି ?

ଅଦ୍ୟତନ ହୋଇଛି
Rising Crime Rates in Rourkela Spark Fear Among Residents

Rourkela Crime

Advertisment

ରାଉରକେଲା ସହରରେ ସତରେ କଣ ଭୁଶୁଡ଼ି ପଡିଛି ଆଇନ ଶୃଙ୍ଖଳା? ଦିନକୁ ଦିନ ଯେଭଳି ଭାବେ ଅପରାଧ ବଢୁଛି, ତାକୁ ଦେଖି ଆତଙ୍କିତ ସହର ବାସିନ୍ଦା । ନା ପୋଲିସ ଅପରାଧୀଙ୍କ ଟେର୍ ପାଉଛି, ନା ରୋକ୍ ଲାଗୁଛି ଅପରାଧରେ । ସାତ ଦିନ ମଧ୍ୟରେ ଗଣ ଦୁଷ୍କର୍ମ, ଚୋରି, ରାହାଜାନି, ଅସଦାଚରଣ, ମର୍ଡର ଭଳି ଘଟଣା ଏବେ ରାଉରକେଲା ବାସିନ୍ଦାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ପୋଲିସ ପାଇଁ ଚ୍ୟାଲେଂଜ ପାଲଟିଛି ।

Advertisment

ଅସୁରକ୍ଷିତ ପାଲଟିଛି କି ରାଉରକେଲା? କ୍ରାଇମ ସିଟି ପାଲଟିଲାଣି କି ଷ୍ଟିଲସିଟି ? ବଢି ଚାଲିଛି କ୍ରାଇମ୍, ବୋଲ୍ ମାନୁ ନାହାନ୍ତି କ୍ରିମିନାଲ୍ ! ବିଗିଡ଼ି ଗଲାଣି କି ଆଇନ୍ ଶୃଙ୍ଖଳା ପରିସ୍ଥିତି? ଗଲା ୭ ଦିନ ଭିତରେ ରାଉରକେଲା ସହରରେ ଘଟି ଚାଲିଛି ଅପରାଧ ପରେ ଅପରାଧ ।

ଅଧିକ ପଢ଼ନ୍ତୁ: ପାର୍ବଣ ପୂର୍ବରୁ ରାଜଧାନୀରେ ଜୋରଦାର୍ ଧରପଗଡ଼; ଅପରାଧୀଙ୍କ ଆଡ୍ଡାସ୍ଥଳୀରେ ଛାପା ମାରୁଛି ପୋଲିସ

Advertisment

ଦୁଇ ଦୁଇଟି ଗଣଦୁଷ୍କର୍ମ, ମର୍ଡର, ଅସଦାଚରଣ ଭଳି ଅଭିଯୋଗ ପରେ ଏବେ ଭୟଭୀତ ସହର ବାସିନ୍ଦା । ଏଠି ମହିଳା ହୁଅନ୍ତୁ ଅବା ନାବାଳିକା... କେହି ସୁରକ୍ଷିତ ନୁହଁନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଲୋକେ । ଚଳିତ ମାସ ୨୧ ତାରିଖ ବିର୍ସାମୁଣ୍ଡା ଛକରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପ୍ଲାଣ୍ଟସାଇଡ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଠିକ୍ ଏହାର ୨ ଦିନ ପରେ ୨୪ ତାରିଖ ଦିନ ରାଉରକେଲା ଷ୍ଟେସନ ନିକଟ ଏକ ସ୍କୁଲରେ ଜଣେ ନାବାଳିକାକୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାର ଗୋଟିଏ ଦିନ ପରେ ୨୫ ତାରିଖ ଦିନ ରଘୁନାଥପାଲି ଥାନାଂଚଳରେ ଆଉ ଜଣେ ନାବାଳିକାକୁ ୫ ଜଣ ଯୁବକ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।

Advertisment

ପୋଲିସ ତଦନ୍ତ କରୁଥିବା ବେଳେ ସେଇ ୨୫ ତାରିଖ ସଂଧ୍ୟାବେଳେ ସେକ୍ଟର-୭ ଥାନା ଅଂଚଳରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ମର୍ଡର ଓ ରଘୁନାଥପାଲି ଥାନା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଏବେ ଯାଏ ପୋଲିସର ହାତ ଖାଲି ଥିବାବେଳେ ଏସପି କହିଛନ୍ତି, ତଦନ୍ତ ଚାଲିଛି, ଶୀଘ୍ର ଅପରାଧୀ ଧରା ପଡ଼ିବେ ।

ରାଉରକେଲାର ବିଗୁଡୁଥିବା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ତେଜିଛି ରାଜନୀତି । ବିଜେଡି ଓ ବିଜେପି ପରସ୍ପରକୁ ଦୋଷାରୋପ କରିଛନ୍ତି । ଆଗକୁ ପୋଲିସ ଉପରେ ଭରସା କରିପାରିବେ ତ ଜନସାଧାରଣ? ରୋକ୍ ଲାଗିବ କି ଅପରାଧ ଉପରେ?

Rape Case Murder Case Crime In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ