Advertisment

ନ୍ୟାୟ ନପାଇ ଥାନା ଆଗରେ ଆତ୍ମାହୁତି ! ମୋ ସରକାର ଢୋଲପିଟା ଭିତରେ କାହିଁକି ବଢୁଛି ଏଭଳି ଘଟଣା ?

ନିଜକୁ ଜାଳିବା ପରେ ଜୀବନ ସହ ଜୁଝୁଛନ୍ତି ଆଉ ଜଣେ ଅସହାୟ । ପୋଲିସ୍ ଉପରୁ ତୁଟୁଛି ସାଧାରଣ ଲୋକଙ୍କ ଆସ୍ଥା ?

undefined

Police

Advertisment

ପୋଲିସଠୁ ନ୍ୟାୟ ନପାଇ ଚରମ ନିଷ୍ପତ୍ତି । ଥାନା ଆଗରେ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଲେ । ଆଉ ଏବେ ହସ୍ପିଟାଲ୍‌ରେ ଜୀବନ ମରଣର ସଂଘର୍ଷ । କଟକ କିଶନନଗର ଥାନା ସମ୍ମୁଖରେ ଟିଛି ଏଇ ହୃଦୟ ବିଦାରକ ଘଟଣା । ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିବା ଇଷାଣିବରମପୁର ଗାଁର ଗୁଣନିଧି ବିଶୋଇଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଜମିବାଡ଼ି ଗଣ୍ଡଗୋଳକୁ ନେଇ ଗୁଣନିଧିଙ୍କ ଭାଇଙ୍କ ପରିବାର ତାଙ୍କ ଉପରେ ଆକ୍ରମଣ କରିବାରୁ ଗଲା ରବିବାର ସେ କିଷନନଗର ଥାନାରେ ଏତଲା ଦେଇଥିଲେ । ହେଲେ ସେବେଠୁ ବାରମ୍ବାର ଥାନାକୁ ଧାଇଁ ଧାଇଁ ନିରାଶ ହେବା ପରେ ନେଇଗଲେ ଏଭଳି ଚରମ ନିଷ୍ପତ୍ତି ।

Advertisment

ଥାନା ଆଗରେ ଆତ୍ମାହୁତି ଉଦ୍ୟମ ପରେ ଗୁଣନିଧିଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଛି । ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲେ ମଧ୍ୟ ସେଠାରେ ଆଇସିୟୁର ଅଭାବ ଥିବା କହି ପରିବାର ଲୋକେ ଏକ ଘରୋଇ ହସ୍ପିଟାଲ୍‌କୁ ନେଇଯାଇଛନ୍ତି ।

ପୋଲିସ୍ ଉପରୁ ଆସ୍ଥା ହରାଇ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେବାର ଇଏ ଗୋଟିଏ ଘଟଣା ନୁହେଁ । ୨୦୨୦ ଫେବ୍ରୁଆରୀ ୧୨ରେ ବ୍ରହ୍ମପୁର ଏସ୍‌ପି ଅଫିସ ପରିସରରେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆତ୍ମାହୁତି ଘଟଣା ହେଉ କି ଏଇ ବର୍ଷ ଜାନୁଆରୀ ୨୦ରେ ଗଞ୍ଜାମ ଗୋଳନ୍ଥରା ଥାନା ଆଗରେ ସନ୍ତୋଷ ସାମନ୍ତରା ଅବା ଗଲା ମେ’ ୧୪ ତାରିଖରେ ଗଞ୍ଜାମ ଏସ୍‌ପି ଅଫିସ୍ ସାମ୍ନାରେ ବାଦଲ ସାହୁଙ୍କ ଆତ୍ମାହୁତି ଉଦ୍ୟମ ।

Advertisment

ହେଲେ କାହିଁକି ବାରମ୍ବାର ଘଟି ଚାଲିଛି ଏଭଳି ଘଟଣା ? ପୋଲିସ୍ ବ୍ୟବସ୍ଥାକୁ ଅଧିକ କାର୍ଯ୍ୟଦକ୍ଷ ଓ ସ୍ୱଚ୍ଛ କରିବାକୁ ମୋ’ ସରକାର ଅଧିନକୁ ଅଣାଯାଇଛି ପୋଲିସ ବିଭାଗ । ତା’ସତ୍ତ୍ୱେ ବି ଏଭଳି ଘଟଣାର ପୁନରାବୃତ୍ତି କାହିଁକି ? କାହିଁକି ପୋଲିସ୍‌କୁ ଭରସାକୁ ନେଇ ପାରୁନାହାନ୍ତି ଜନତା ? ପୋଲିସ୍ ଉପରୁ ଆସ୍ଥା ହରାଇ ଆତ୍ମାହୁତି ଭଳି ଘଟଣାରେ କାହିଁକି ଉତ୍ତରାଦାୟୀ ହେବନି ପୋଲିସ୍ ?

Self Immolation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ