Advertisment

ବିସ୍ଥାପିତଙ୍କୁ ଲାଞ୍ଚ ମାଗୁଛନ୍ତି ସରକାରୀ ବାବୁ, କଥାବାର୍ତ୍ତାର ଅଡିଓ ଭାଇରାଲ

ଦୁଇଲକ୍ଷ ଦେଲେ ଫାଇଲ ମୁଭ୍ ହେବ ବୋଲି ଆରଆଇ କହୁଛନ୍ତି। ସେହିପରି ଜଣେ ଦଲାଲ ମଧ୍ୟ କ୍ଷତିପୂରଣ ଟଙ୍କା ପାଇବାକୁ ହେଲେ ଏଡିଏମ ଏବଂ ଆରଆଇଙ୍କୁ ଟଙ୍କା ଦେବା ପାଇଁ ପଡିବ ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ।

ଅଦ୍ୟତନ ହୋଇଛି
Bribe for file movement

Bribe for file movement

Advertisment

ସୁନ୍ଦରଗଡ଼(ବିଜୟ ବରୁଆ): ଟଙ୍କା ଦୁଇ ଲକ୍ଷ ଦିଅ, ନହେଲେ ଫାଇଲ ମୁଭ୍ ହେବନାହିଁ। ଏମସିଏଲ ଖଣିପାଇଁ ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ଦେବା ପାଇଁ ଲାଞ୍ଚ ମାଗୁଛନ୍ତି ଆରଆଇ। ଭାଇରାଲ ହେଲା ଆରଆଇ ଓ ବିସ୍ଥାପିତ ଭାସ୍କର ବଢେଇଙ୍କ ମଧ୍ୟରେ କଥାବାର୍ତ୍ତାର ଅଡିଓ। କିଭଳି ଟଙ୍କା ଦେଲେ, ଶୀଘ୍ର କାମ ହୋଇଯିବ, ସେନେଇ ଏହି ଅଡିଓରୁ ଖୁଲାସା ହୋଇଛି। ଆରଆଇ ଜଣଙ୍କ ନାଁ ଅମୀୟ ଛୁରା ବୋଲି ସୂଚନା ମିଳିଛି।

Advertisment

ବିସ୍ଥାପିତ ଜଣଙ୍କ ଅଭିଯୋଗ କରିଛନ୍ତି, ଦୁଇଲକ୍ଷ ଦେଲେ ଫାଇଲ ମୁଭ୍ ହେବ ବୋଲି ଆରଆଇ କହୁଛନ୍ତି। ସେହିପରି ଜଣେ ଦଲାଲ ମଧ୍ୟ କ୍ଷତିପୂରଣ ଟଙ୍କା ପାଇବାକୁ ହେଲେ ଏଡିଏମ ଏବଂ ଆରଆଇଙ୍କୁ ଟଙ୍କା ଦେବା ପାଇଁ ପଡିବ। ତାହାହେଲେ ଯାଇ କ୍ଷତିପୂରଣ ଟଙ୍କା ମିଳିବ ବୋଲି କହିଥିବା କହିଛନ୍ତି ବିସ୍ଥାପିତ।

ସୂଚନା ଅନୁଯାୟୀ, ଭାସ୍କର ବଢେଇ ଘର ଲେଫ୍ରିପଡା ବ୍ଲକ କୁରୁମକେଲ  ଗାଁରେ। ତାଙ୍କ ଆଈ ହେମବତୀ ବଢେଇଙ୍କ ଜମି ରହିଛି ହେମଗିରି ବ୍ଲକ ଝୁପୁରଙ୍ଗା ଗାଁରେ। ଆଉ ଏହି ଗାଁ ଏବେ ଏମସିଏଲର ମହାଲକ୍ଷ୍ମୀ ପ୍ରକଳ୍ପରେ ବିସ୍ଥାପତି ହେଉଛି। ଏହି ପ୍ରକଳ୍ପରେ କ୍ଷତିପୂରଣ ବାବଦକୁ ଭାସ୍କର ପାଇବେ ୯୫ ଲକ୍ଷରୁ ଅଧିକ ଟଙ୍କା।

Advertisment

ଏସଂପର୍କରେ ଅତିରିକ୍ତ ଜିଲ୍ଲପାଳଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଏହା ସଂପୂର୍ଣ୍ଣ ମିଥ୍ୟା ଏବଂ ଭାଇରାଲ ଅଡିଓ ସଂପର୍କରେ କୌଣସି ସୂଚନା ତାଙ୍କ ପାଖରେ ନାହିଁ। ସମସ୍ତ ପ୍ରକ୍ରିୟା ସ୍ୱଚ୍ଛ ଏବଂ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏନେଇ ସମ୍ପୃକ୍ତ ଆରଆଇ କିମ୍ବା ଏମସିଏଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।   

Sundergarh Bribe Viral Audio
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ