Advertisment

ଭିଜିଲାନ୍ସ ଜାଲରେ ରେଭିନ୍ୟୁ ସୁପରଭାଇଜର; ସରକାରୀ ଜମିର ପଟ୍ଟା କରିବାକୁ ନେଇଥିଲେ ଲାଞ୍ଚ !

କୋମନା ତହସିଲର ମିଛାପାଲି ଆରଆଇ ସେକସନର ୩୦ ଜଣ ଲୋକ ଦୀର୍ଘ ୨୦ ବର୍ଷ ହେବ ସରକାରୀ ଜମିକୁ ଜବରଦଖଳ କରି ଚାଷବାସ କରି ଆସୁଥିଲେ ।

ଅଦ୍ୟତନ ହୋଇଛି
Revenue Supervisor Caught Taking Bribe In Nuapada

Revenue supervisor

Advertisment

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରେଭିନ୍ୟୁ ସୁପରଭାଇଜର । ଜବରଦଖଲ ଜମିର ସରକାରୀ ପଟ୍ଟା କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ । ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକଙ୍କୁ ଧରିଛି ଭିଜିଲାନ୍ସ।

Advertisment

ସୂଚନା ଅନୁସାରେ, କୋମନା ତହସିଲର ମିଛାପାଲି ଆରଆଇ ସେକସନର ୩୦ ଜଣ ଲୋକ ଦୀର୍ଘ ୨୦ ବର୍ଷ ହେବ ସରକାରୀ ଜମିକୁ ଜବରଦଖଳ କରି ଚାଷବାସ କରି ଆସୁଥିଲେ ।

ଏହି ଜବରଦଖଲ ଜମିକୁ ପଟ୍ଟା କରିଦେବା ପାଇଁ ରେଭିନ୍ୟୁ ସୁପରଭାଇଜର ନିଜ ଉଦ୍ୟାନବନ୍ଧ ଗାଁର ଭଡ଼ାଘରେ ଜବରଦଖଲକାରୀ ନୀଳମଣି ମାଝିଙ୍କ ଠାରୁ ୩୦ ଜଣଙ୍କ ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।

Advertisment

ସେଠାରୁ ତାଙ୍କୁ ଧରିବା ସହିତ, ତାଙ୍କ ଉଦ୍ୟାନବନ୍ଧ ଭଡ଼ା ଘର ଓ କୋମନା ତହସିଲ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ନୂଆପଡ଼ା ଭିଜିଲାନସ୍ ଡିଏସପିଙ୍କ ନେତୃତ୍ୱରେ ନୂଆପଡା ଓ ଭବାନିପାଟଣା ଭିଜିଲାନସ୍ ଟିମ ଚଢାଉରେ ସାମିଲ ଥିବା ସୂଚନା ମିଳିଛି ।

Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ