Advertisment

ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ...ଶେଷରେ ମର୍ଡର କରି ଧାନ ବିଲରେ ପୋତିଦେଲେ

ଧାନ ବିଲରୁ ନାବାଳିକାର କଙ୍କାଳ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନାବାଳିକାକୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Minor Girl’s Murder Mystery In Nuapada

Revelation Of Minor Girl’s Murder Mystery In Nuapada

Advertisment

ଧାନ ବିଲରୁ ନାବାଳିକାର କଙ୍କାଳ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନୂଆପଡ଼ା ସଦର ଥାନା ଅଞ୍ଚଳରେ ଧାନ ବିଲରୁ ଜଣେ ନାବାଳିକାର କଙ୍କାଳ ଉଦ୍ଧାର ଘଟଣା ଉପରୁ ପରଦା ହଟିଛି। ନାବାଳିକାକୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ଥିବା ଜଣାପଡ଼ିଛି। ଏହି ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ନାବାଳକଙ୍କୁ ହେପାଜତକୁ ନେଇ କୋର୍ଟ ଚାଲାଣ କରିଛି ପୋଲିସ୍‌।

Advertisment

ସୂଚନା ଅନୁସାରେ, ଯୁକ୍ତ ୨ ପଢ଼ୁଥିବା ଛାତ୍ରୀ ସେହି ଗାଁର ପରମାନନ୍ଦ ସାହୁ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ପ୍ରଥମେ ପ୍ରେମ ଓ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ତେବେ ନାବାଳିକା ଜଣକ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ଘଟଣା ପ୍ରଘଟ ହେବା ଭୟରେ ପରମାନନ୍ଦ ଓ ତା ସାଙ୍ଗଙ୍କ ସମେତ ମୋଟ ୬ ଜଣ ମିଶି ତାଙ୍କୁ ଗତ ଜାନୁଆରୀ ୩ ତାରିଖରେ ନାବାଳିକାକୁ ହତ୍ୟା କରିଥିବା ନୂଆପଡ଼ା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି।

ଘରୁ ଡାକି ନେଇ ନାବାଳିକାକୁ ହତ୍ୟା କରି ଅଭିଯୁକ୍ତମାନେ ଗାଁଠୁ ୨ କିଲୋମିଟର ଦୂରରେ ପୋତି ଦେଇଥିଲେ। ଘଟଣାର ୧୦ ମାସ ପରେ ମୃତ ନାବାଳିକାଙ୍କ ବାପାଙ୍କ ପାଖକୁ ଏକ ବେନାମୀ ଚିଠି ଆସିଥିଲା। ଏହି ଆଧାରରେ ପୋଲିସ ୬ ଜଣଙ୍କୁ ଅଟକ ରଖି ସିନ୍ ରିକ୍ରିଏସନ୍ ବେଳେ ଧାନ ବିଲରୁ ନର କଙ୍କାଳ ଉଦ୍ଧାର ହୋଇଥିଲା। ଏହି ମାମଲାରେ ପରମାନନ୍ଦ ସମେତ ୪ ଜଣଙ୍କୁ ଗିରଫ କରାଯିବା ସହ ୨ ନାବାଳକଙ୍କୁ ମଧ୍ୟ ହେପାଜତକୁ ନେଇ କୋର୍ଟ ଚାଲାଣ କରିଛି ପୋଲିସ।

Advertisment

ସୂଚନା ଅନୁସାରେ, ଗତ ଜାନୁଆରୀ ୩ ତାରିଖରେ ନୂଆପଡ଼ା ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ ଝିଅ ନିଖୋଜ ହୋଇଯାଇଥିଲେ। ଯୁବତୀ ଜଣକ କଲେଜରେ ପଢ଼ୁଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି ପରେ କୌଣସି ପତ୍ତା ମିଳିପାରି ନଥିଲା। ଶେଷରେ ଥାନାରେ ଏତଲା ଦେଇଥିଲେ। 

Murder Crime In Odisha Deadbody Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ