Advertisment

ଦୂତିଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଅଭିଯୋଗ; ସମ୍ପାଦକଙ୍କ ପରେ ଗିରଫ ହେଲେ ରିପୋର୍ଟର

ଅପମାନଜନକ ଖବର ପ୍ରସାରଣ କରିଥିବା  ଅଭିଯୋଗରେ ଗତକାଲି ୱେବ ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତ ଓ ଆଜି ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ  ।

dutee chand

dutee chand

Advertisment

ଭୁବନେଶ୍ୱର: ଅଲିମ୍ପିୟାନ ଦୂତି ଚାନ୍ଦଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଅଭିଯୋଗରେ ଅଉ ଜଣେ ସାମ୍ବାଦିକ ଗିରଫ । ଅପମାନଜନକ ଖବର ପ୍ରସାରଣ କରିଥିବା  ଅଭିଯୋଗରେ ଗତକାଲି ୱେବ ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତ ଓ ଆଜି ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ  ।

Advertisment

ଦୂତି ଚାନ୍ଦଙ୍କ ଅଭିଯୋଗ ଅନୁଯାୟୀ,  ଟୋକିଓ ଅଲିମ୍ପିକସ ସମୟରେ ଦୂତି ଚାନ୍ଦଙ୍କ ଚରିତ୍ର ଓ ଫଳାଫଳକୁ ନେଇ ୱେବ ଚାନେଲମାନେ ବିଭିନ୍ନ ପ୍ରକାର ଅପମାନଜନକ ଖବର ପ୍ରସାରଣ କରାଯାଇଥିଲା।  ଏ ନେଇ ଦୂତି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।  ଏପରି ଖବର ତାଙ୍କୁ  ଖୁବ୍‌ ମାନସିକ ଆଘାତ ଦେଇଛି। ସେତିକି ନୁହେଁ, ଏପରି ଉଦ୍ଦେଶ୍ୟମୂଳକ ଖବର ତାଙ୍କ ସମ୍ମାନରେ ଆଞ୍ଚ ଆଣିବା ସହ ଖେଳକୁ ମଧ୍ୟ  ପ୍ରଭାବିତ କରିଛି। ଏହି ଘଟଣା ନେଇ ଦୂତି ଆଇନର ଆଶ୍ରୟ ନେଇଥିବା ପ୍ରେସ ମିଟ୍‌ରେ କହିଥିଲେ।  ଏ ନେଇ ସେ ୱେବ ଚାନେଲର ଏଡିଟର ଏଡିଟର ସୁଧାଂଶୁ ଶେଖର ରାଉତ, RTI କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ମହିଳା ଥାନାରେ ମାମଲା ଦାୟର କରିବା ସହ ସିନିୟର ସିଭିଲ ଜଜ ଭୁବନେଶ୍ୱରଙ୍କ ଠାରେ ୫ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଥିଲେ। 

Advertisment

ଗତକାଲି ସଂପୃକ୍ତ ୱେବ ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତଙ୍କୁ ମହିଳା ଥାନା ଉଠାଇ ନେଇଥିଲା  । ଆଜି ଆଉ ଜଣେ ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କ ମଧ୍ୟ ଉଠାଇ ନେଇଛି ପୋଲିସ।  ଉଭୟଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି  ।

ଅନ୍ୟପକ୍ଷେ, ୱେବ ସମ୍ପାଦକ ସୁଧାଂଶୁ ଅଭିଯୋଗକୁ ଖଣ୍ଡନ କରି କହିଥିଲେ,  “ଦୂତି ଅଲମ୍ପିକ୍ସରେ ହାରିବା ପରେ ତାଙ୍କ ଭଉଣୀ ପ୍ରତିକ୍ରିୟା ଦେଇଥିଲେ। ତାକୁ ନେଇ ଆମେ ଖବର ପ୍ରସାରଣ କରିଥିଲୁ। ଆଉ ଦାୟିତ୍ୱବାନ ୱେବ ହିସାବରେ ତାଙ୍କ ପ୍ରତିକ୍ରିୟା ଚାହିଁଥିଲୁ। କିନ୍ତୁ ପ୍ରତିକ୍ରିୟା ବଦଳରେ ଏକ ଲକ୍ଷ ଟଙ୍କା ଚାନ୍ଦା ମାଗିବାର ସାଙ୍ଘାତିକ ଅଭିଯୋଗ ଲଗାଇଲେ।” 

Advertisment
Odisha News Dutee Chand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ