/odishatv-khabar/media/post_attachments/uploadimage/library/16_9/16_9_0/deadbody_1627119544.jpg)
deadbody
ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଲିସ ପୋଷ୍ଟର ଜାରି କରିଛି। ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପୋଷ୍ଟରରେ ମୃତକଙ୍କ ମୁହଁ ଓ ଜବତ ହୋଇଥିବା ଅନ୍ୟ ବସ୍ତୁର ଫଟୋ ରହିଛି। ତେବେ ପୋଷ୍ଟରରେ ମୃତକଙ୍କ ଫଟୋ ଦେଖାଇବା ସମ୍ଭବପର ନଥିବାରୁ ଏହାକୁ ବ୍ଲର୍ କରିବାକୁ ପଡିଛି। ମୃତ ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଜଣାଇଲେ ପୁରସ୍କାର ମିଳିବ ବୋଲି ପୋଲିସ ଘୋଷଣା କରିଛି। ବିଭିନ୍ନ ବସ୍ତିରେ ବୁଲି ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଜାଣିବା ଲାଗି ପୋଲିସ ପ୍ରୟାସ ଚଳାଇଛି।
ଜାରି ହୋଇଥିବା ପୋଷ୍ଟରରେ ମୃତବ୍ୟକ୍ତିଙ୍କୁ କେବେ ଓ କେଉଁ ସ୍ଥାନରୁ ଉଦ୍ଧାର କରାଯାଇଥିଲା, ବୟସ, ଉଚ୍ଚତା ଏବଂ ଓଜନ ଉଲ୍ଲେଖ ରହିଛି। ଏହାସହ ମୃତବ୍ୟକ୍ତିଙ୍କ ପୋଷାକ, ଚପଲ ଇତ୍ୟାଦି ମଧ୍ୟ ଉଲ୍ଲେଖ ରହିଛି। ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ବ୍ୟକ୍ତିଙ୍କ ନାମ ଓ ପରିଚୟ ଗୋପନୀୟ ରଖାଯାଇ ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି।
ପରିଚୟ ପାଇଁ ପୋଷ୍ଟର ଜାରିସୂଚନାଥାଉ କି, ଜୁଲାଇ ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ମଞ୍ଚେଶ୍ୱର ବରିମୁଣ୍ଡ ଛକ ବାଲିଯାତ୍ରା ପଡ଼ିଆ କୁଆଖାଇ ପଠାରେ ବାଲିରେ ଏହି ଅଧାପୋତା ମୃତଦେହ ଉଦ୍ଧାର କରାଯାଇଥିଲା।ମୃତଦେହ ଉଦ୍ଧାର ପରେ ଏହା ଜଣେ ପୁରୁଷଙ୍କର ବୋଲି ସ୍ପଷ୍ଟ ହୋଇଥିଲା। କମିଶନରେଟ୍ ପୋଲିସ ଏବଂ ସାଇଣ୍ଟିିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ ସହ ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ପରିଚୟ ମିଳିନଥିବା ବେଳେ କେମିତି ତାଙ୍କ ମୃତ୍ୟୁ ହେଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଯେହେତୁ ତିନି ଚାରି ଦିନ ହେବ ବାଲି ତଳେ ଏହା ପୋତି ହୋଇ ରହିଥିଲା ତେଣୁ ମୃତଦେହ ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେବ ବୋଲି ପୋଲିସ କହିଛି।
Also Read
ସନ୍ଦେହ କରାଯାଉଛି ସମ୍ପୃକ୍ତ ବ୍ୟକ୍ତିଙ୍କ ତଣ୍ଟି ଚିପି କିମ୍ବା ଶ୍ୱାସରୁଦ୍ଧ ନଚେତ୍ ବିଷ ଦିଆଯାଇ ହତ୍ୟା କରାଯାଇ ଥାଇପାରେ। କିନ୍ତୁ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ମୃତଦେହକୁ ବାଲିରେ ପୋତା ଯାଇଥିବାରୁ ଏହି କାମ ପାଇଁ ଜଣେ ନୁହେଁ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)