Advertisment

Disproportionate Assets: କୋଟିପତି ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ପ୍ଲଟ୍ ଫ୍ଲାଟ ଠାବ

ରାୟଗଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କ ୨ଟି ଦାମୀ ପ୍ଲଟ୍‌ ସହ ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ଠାବ ହୋଇଛି । ୧୦ ଲକ୍ଷ ଟଙ୍କାର ଆସବାବପତ୍ର ସହ ୧୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ଟିମ୍ । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ଯନ୍ତ୍ରୀ ସହଦେବ ।

ଅଦ୍ୟତନ ହୋଇଛି
Disproportionate assets

Disproportionate Assets

Advertisment

ରାୟଗଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ଯନ୍ତ୍ରୀ ସହଦେବ କିଶାନଙ୍କ ସମ୍ବଲପୁରରେ ୨ଟି ଦାମୀ ପ୍ଲଟ୍‌ ଠାବ ହୋଇଛି । ଏହାସହ ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ୧୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ଟିମ୍ । ଏହାସହ ୧୦ ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଠାବ କଲା ଭିଜିଲାନ୍ସ । ଗତକାଲି ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ଯନ୍ତ୍ରୀ ସହଦେବ । ଏହାପରେ ଯନ୍ତ୍ରୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । 

Advertisment

ଗତ ୨୩ ତାରିଖ ଦିନ ଆୟବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ନୂଆପଡ଼ା R&B କନିଷ୍ଠ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ରେଡ୍ ହୋଇଥିଲା । ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ପାଖରୁ ଏମିତି ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଇଞ୍ଜିନିୟର ସୁଶାନ୍ତଙ୍କ ପୁଳା ପୁଳା ଦାମୀ ପ୍ଲଟ ସହ, କୋଠା, ଫାର୍ମ ହାଉସ୍ ଏମିତି କେତେ କଣ ଥିବା ଜଣାପଡ଼ିଥିଲା ।

ଭୁବନେଶ୍ବର ଗଙ୍ଗୋତ୍ରୀ ନଗରରେ ଥିବା ୩ ମହଲା ବିଶିଷ୍ଟ ବହୁତଳ ପ୍ରାସାଦ, ୨୫ ଶହ ବର୍ଗଫୁଟ ଜମି ଓ ୬୫ ଶହ ବର୍ଗଫୁଟରେ ତିଆରି କୋଠାରେ ପାଖାପାଖି ୫ରୁ ୬ଟି ପରିବାରକୁ ଭଡା ସୂତ୍ରରେ ଘର ଦିଆଯାଇଥିବା ଜଣାପଡ଼ିଥିଲା । ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି  ସରକାରୀ ଅଧିକାରୀଙ୍କ ଉପରେ ମଧ୍ୟ ନଜର ରଖିଛି ଭିଜିଲାନ୍ସ । 

Advertisment

ଅଧିକ ପଢନ୍ତୁ : ଚାକିରି କନିଷ୍ଠ ଯନ୍ତ୍ରୀ; ହେଲେ ସମ୍ପତ୍ତି, ଅଚଳାଚଳ, ସୁଶାନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ...

Disproportionate Assets Vigilance Raid Rayagada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ