Advertisment

ପ୍ରେମ ବିବାହର ଏ କି ଦଣ୍ଡ ? ବେକରେ ପଡୁଛି ଜୁଆଳି, ହଳ କରୁଛନ୍ତି ଦମ୍ପତି

ଭଲ ପାଇ ପ୍ରେମିକ ଜଣଙ୍କ ନିଜ ଘରେ ନେଇ ଝିଅକୁ ରଖିଥିଲେ । ଝିଅ ଘର ଲୋକେ ପ୍ରେମିକଙ୍କୁ ଡାକି ବୁଝାଇଥିଲେ, ପାପରୁ ମୁକ୍ତି ପାଇଁ ପରମ୍ପରା ମାନିଲେ ଯାଇ ଏପରି ବିବାହକୁ ସମ୍ମତ ମିଳିବ । ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନି ।

Rayagada Horror Repeats in Koraput

Rayagada Horror Repeats in Koraput

Advertisment

ରାୟଗଡ଼ା ଘଟଣା କୋରାପୁଟରେ ରିପିଟ୍ । ଗୋଟିଏ ବଂଶରେ ବାହାହେଲେ ବୋଲି ମିଳିଲା ଅମାନୁଷିକ ଦଣ୍ଡ । ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ବଳଦ ଭଳି ବେକରେ ଜୁଆଳି ପଡ଼ିଲା । ହଳ ଲଙ୍ଗଳ ବୁଲାଇବା ବେଳେ ଯେମିତି ବଳଦକୁ ଜୁଆଳିରେ ଯୋଚା ଯାଏ ସେମିତି ଉଭୟ ପ୍ରେମୀ ଯୁଗଳଙ୍କୁ ଦଣ୍ଡ ଦିଆଯାଇଛି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଂଚାୟତ ପେଦା ଇଟିଗି ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Advertisment

ସୂଚନା ଅନୁଯାୟୀ, ଭଲ ପାଇ ପ୍ରେମିକ ଜଣଙ୍କ ନିଜ ଘରେ ନେଇ ଝିଅକୁ ରଖିଥିଲେ । ଝିଅ ଘର ଲୋକେ ପ୍ରେମିକଙ୍କୁ ଡାକି ବୁଝାଇଥିଲେ, ପାପରୁ ମୁକ୍ତି ପାଇଁ ପରମ୍ପରା ମାନିଲେ ଯାଇ ଏପରି ବିବାହକୁ ସମ୍ମତ ମିଳିବ । ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନି । ଦିନକ ପୂର୍ବରୁ ମଧ୍ୟ ରାୟଗଡ଼ା କଲ୍ୟାଣସିଂହପୁରର କାଞ୍ଜମଯୋଡ଼ା ଗାଁର ଏଭଳି ସମାନ ଢଙ୍ଗରେ ଏକ ଭିଡିଓ ସମସ୍ତଙ୍କୁ ବିଚଳିତ କରିଥିଲା।

କଞ୍ଜାମାଯୋଡି ଗାଁର ପିୟୂସୀ ଓ ପୁତୁରାଙ୍କ ପ୍ରେମ ସମ୍ପର୍କକୁ ନେଇ ଠିକ୍ ଏପରି ଘଟଣା ସାମ୍ନାକୁ ଆସିଥିଲା । ଗ୍ରାମବାସୀମାନେ ସେମାନଙ୍କୁ ହଳ କରାଇଥିଲେ । ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ପାଇଁ କମିଟି ଗଠନ କରାଯାଇଛି । ଏହି କମିଟିରେ ଜିଲ୍ଲା ସ୍ତରୀୟ ଅଧିକାରୀ ସାମିଲ ଅଛନ୍ତି । କମିଟିରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ବିଡ଼ିଓ, ସିଡିପିଓ, ତହସିଲଦାର ଓ SSSO ରହିଛନ୍ତି । ଏହି ଟିମ୍ ଦୁଇଦିନ ଭିତରେ ଗାଁକୁ ଯିବେ ।

Advertisment

କେଉଁ ପରିସ୍ଥିତିରେ ଏପରି ଅମାନବୀୟ ଘଟଣା ସୃଷ୍ଟି ହେଲା ଏଥିପାଇଁ କିଏ ଦାୟୀ ଦୁଇଜଣ କେଉଁଠି ଅଛନ୍ତି ତାହାର ତଦନ୍ତ କରିବ ଏହି ଟିମ । ଏବଂ ଏହି କଙ୍ଗାରୁ କୋର୍ଟ ଘଟଣାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଗାଁରେ ପୁନରାବୃତ୍ତି ଯେପରି ନହେବ ସେ ନେଇ ସଚେତନତା କରାଯିବ ବୋଲି କହିଛନ୍ତି ରାୟଗଡ଼ା ଉପଜିଲ୍ଲାପାଳ ରମେଶ କୁମାର ଜେନା । ରାୟଗଡ଼ାରେ ଏହି ଘଟଣା ଚର୍ଚ୍ଚାର ବିରିଧୀରେ ରହିଥିବାବେଳେ ପୁଣି କୋରାପୁଟରେ ସମାନ ଘଟଣା ଦେଖିବାକୁ ମିଳିଛି ।

Koraput Rayagada Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ