ଥାନାରେ ହାଜର ହେଲେ ମାହାଙ୍ଗା ଥାନା IIC, ପତ୍ନୀଙ୍କୁ ଗିରଫ କରିସାରିଛି ପୋଲିସ

ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ସେ ହାଜର ହୋଇଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶରେ ସେ ହାଜର ହୋଇଥିବା ଜଣାପଡିଛି ।

Mahanga IIC

ରାୟଗଡ଼ା ଅବକାରୀ ଅଧିକ୍ଷକ ଗିରଫ ଘଟଣାରେ ଭିଜିଲାନ୍ସ ଅଫିସ୍‌ରେ ହାଜର ହେଲେ ମାହାଙ୍ଗା IIC । ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ ଘଟଣାରେ ହାଜର ହେଲେ ମାହାଙ୍ଗା IIC ନିହାର ରଂଜନ ମହାନ୍ତି । ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ସେ ହାଜର ହୋଇଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶରେ ସେ ହାଜର ହୋଇଥିବା ଜଣାପଡିଛି ।

ନିନାଙ୍କ ସ୍ୱାମୀ ହେଉଛନ୍ତି ମାହାଙ୍ଗା ଥାନାର IIC ନିହାର ରଂଜନ ମହାନ୍ତି । ଗାଡ଼ିରେ ୬ ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଖୋର୍ଦ୍ଧା ପାଖରେ ଗାଡ଼ିକୁ ପିଛା କରି ଧରିଥିଲା ଭିଜିଲାନ୍ସ ଟିମ୍ । ଟଙ୍କା ବାବଦରେ ନିନା ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ ହୋଇଛନ୍ତି ।

ନିନା ଓ ତାଙ୍କ ସମ୍ପର୍କୀୟଙ୍କ ଏକାଧିକ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ନିନାଙ୍କ ମାହାଙ୍ଗା ସ୍ଥିତ ବାସଭବନ ରେଡ୍ ବେଳେ ବାଧା ଉପୁଜିଥିଲା । କାରଣ ସେଠାରେ ତାଲା ପଡ଼ିଥିଲା । ତାଙ୍କ ଆଇଆଇସି ସ୍ୱାମୀଙ୍କ ସହ ଯୋଗଯୋଗ କରିବାରେ ତାଙ୍କ ପତ୍ନୀଙ୍କ ଫୋନ ସହ ସମ୍ପର୍କ ନହେବାରୁ ସେ ତାଙ୍କୁ ଖୋଜିବାକୁ ଚେଷ୍ଟା କରାଯାଇଥିଲା । ରେଡ୍ ହେଉଥିବା ଜାଣି ତାଲା ପକାଇ ଚାଲିଯିବା ଘଟଣାକୁ ଅସ୍ୱୀକାର କରିଛନ୍ତି ମାହାଙ୍ଗା ‌ଆଇଆଇସି ନିହାର ରଂଜନ ମହାନ୍ତି । ଏହାପରେ ମାହାଙ୍ଗା IICଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଥିଲା ଭିଜିଲାନ୍ସ ।