Advertisment

Rape Case on Hockey Coach: ହକି ପ୍ରଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ...ଲଜ୍‌କୁ ଉଠାଇ ନେଇ ଗଣଦୁଷ୍କର୍ମ

ଶେଷରେ ଝିଅକୁ ନ୍ୟାୟ ଦେବାକୁ ଥାନାର ଦ୍ୱାରସ୍ଥ ହୋଇଛି ପରିବାର। ପୋଲିସ ଆଗରେ ଗୋଟି ଗୋଟି କରି କ’ଣ ଘଟିଥିଲା ସବୁ କଥା ବଖାଣିଛନ୍ତି। ଆଉ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ପୀଡିତାଙ୍କ ମା’।

ହକି କୋଚ୍‌ଙ୍କ ନାଁରେ କଳଙ୍କ

ହକି କୋଚ୍‌ଙ୍କ ନାଁରେ କଳଙ୍କ

Advertisment

ହକି ଶିଖାଇବା ଆଳରେ କୁକର୍ମ। ଗୁରୁ ନାଁରେ ଲାଗିଛି କଳଙ୍କ। ନାବାଳିକାଙ୍କ ଉପରେ କୋଚ୍‌ଙ୍କ ଥିଲା ଖରାପ ନଜର। ୬ ମାସ ହେବ ପଛରେ ପଡିଥିଲେ ହକି କୋଚ୍‌। ଖାଲି ସେତିକି ନୁହେଁ ହଇରାଣ ବି କରୁଥିଲେ। ଏନେଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କିଛି ଆକ୍ସନ ନିଆଯାଉନଥିଲା। ଷ୍ଟାଡିୟମ କର୍ତ୍ତୃପକ୍ଷ ବି ମୁହଁ ବନ୍ଦ ରଖିବାକୁ ଚାପ ପକାଉଥିଲେ।

Advertisment

ଶେଷରେ ଝିଅକୁ ନ୍ୟାୟ ଦେବାକୁ ଥାନାର ଦ୍ୱାରସ୍ଥ ହୋଇଛି ପରିବାର। ପୋଲିସ ଆଗରେ ଗୋଟି ଗୋଟି କରି କ’ଣ ଘଟିଥିଲା ସବୁ କଥା ବଖାଣିଛନ୍ତି। ଆଉ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ପୀଡିତାଙ୍କ ମା’।

ଏ ସଂପର୍କରେ ମିଳିଥିବା ଅଭିଯୋଗରୁ ପ୍ରକାଶଯେ, ଯାଜପୁର ଥାନା ଅଞ୍ଚଳର ଜଣେ ନାବାଳିକା ହକି ଟ୍ରେନିଂ ପାଇଁ ପ୍ରାୟ ୨ ବର୍ଷ ହେବ ନିୟମିତ ଷ୍ଟାଡିୟମକୁ ଆସୁଥିଲେ। ଗତ ୩ ତାରିଖ ସନ୍ଧ୍ୟା ପ୍ରାୟ ୭ ଟା। ନାବାଳିକା ହକି ପ୍ରଶିକ୍ଷଣ କେନ୍ଦ୍ରରୁ ଘରକୁ ଫେରୁଥିଲେ। ଏହି ସମୟରେ ପୂର୍ବରୁ ଏଠାରେ କାମ କରୁଥିବା ହକି ପ୍ରଶିକ୍ଷକ ସାର୍ଥକ ମହାନ୍ତି ତାଙ୍କୁ ଫୋନ୍‌ କରିଥିଲେ। ତୋ ପାଇଁ ଗିଫ୍ଟ ଅଛି ବୋଲି କହିଥିଲେ। ଏନେଇ ନାବାଳିକା ତାଙ୍କ ଗ୍ରାଉଣ୍ଡକୋଚ୍‌କୁ ଜଣାଇଥିଲେ। ସେ ସାର୍ଥକଙ୍କ ସହ ନାବାଳିକାଙ୍କୁ ଯିବାକୁ କହିଥିଲେ।

Advertisment

ହେଲେ ରାତି ଅଧିକ ହେବାରୁ ଯିବାକୁ ମନା କରିଥିଲେ ପୀଡିତା। ସେଠାରୁ ସାଇକଲ ନେଇ ଘରକୁ ଫେରିଥିଲା ବେଳେ ସାର୍ଥକ ଓ ବର୍ତ୍ତମାନର ହକି କୋଚ୍‌ ସନ୍ଦୀପ ସ୍ୱାଇଁ ତାଙ୍କୁ ଅଟକାଇ ବାଧ୍ୟ କରି ସାଙ୍ଗ ଘରେ ସାଇକେଲ ରଖାଇଥିଲେ। ଏହାପରେ ତାଙ୍କୁ ବାଇକ୍‌ରେ ଏକ ଲଜ୍‌କୁ ଟେକି ନେଇଥିଲେ। ସେଠାରେ ତାଙ୍କୁ ଉଭୟ ମିଶି ଗଣଦୁଷ୍କର୍ମ କରିଥିଲେ ପରେ ଷ୍ଟେଟବ୍ୟାଙ୍କ ପାଖ ରାସ୍ତାରେ ଆଣି ଛାଡି ଦେଇଥିଲେ।

କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇଥିଲେ। ଗତ ୩ ତାରିଖରେ ଘଟଣା ଘଟିଥିବା ବେଳେ ଏନେଇ କ୍ରୀଡା ବିଭାଗକୁ ୧୭ ତାରିଖରେ ଜଣାଇଥିଲେ ପୀଡ଼ିତା। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ପୋଲିସରେ ଅଭିଯୋଗ କରିଛନ୍ତି। ସେପଟେ ଏନେଇ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଏନେଇ ଯାଜପୁର ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସର ପ୍ରତିକ୍ରିୟା ମିଳିପାରିନଥିବା ବେଳେ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଏହି ଘଟଣାରେ ୨ ହକି ପ୍ରଶିକ୍ଷକଙ୍କ ସହ ଅନ୍ୟ ଅଭିଯୁକ୍ତ ଓ ସହଯୋଗୀଙ୍କୁ ମିଶାଇ ୪ ଜଣ ଅଟକ ଅଛନ୍ତି। ପୂରା ମାମଲାର ଛାନଭିନ୍‌ ଜାରି ରହିଛି।

Minor Girl Jajpur Rape Case Hockey Coach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ