Advertisment

Escaped Jail: ହତ୍ୟା ଓ ଦୁଷ୍କର୍ମ ମାମଲାରେ କାଟୁଛି ସଜା, ସୁଯୋଗ ଦେଖି ହାତକଟା କଏଦୀ ଡେଇଁ ପଡିଲା ଜେଲର ବିରାଟ ପାଚେରି

ସେଣ୍ଟ୍ରାଲ ଜେଲରେ ରହିଛି କଡା ସୁରକ୍ଷା ବ୍ୟବସ୍ଥା । ତା ସହିତ ପାଚେରିରେ ଭିତର ପଟେ ଇଲେକ୍ଟ୍ରିକ ତାରବାଡ଼ ବି ରହିଛି । ଏହା ସତ୍ତ୍ୱେ ଦିବ୍ୟାଙ୍ଗ କଏଦୀ ଗୋବିନ୍ଦଚାମୀ ଗୋଟିଏ ହାତରେ ପାଚେରି ଡେଇଁ ପାର୍ । ଏବେ ପ୍ରଶ୍ନ ଉଠୁଛି, ଏହା ସମ୍ଭବ ହେଲା କିପରି ?

ଅଦ୍ୟତନ ହୋଇଛି
prisoner

prisoner

Advertisment

ଏକ ନାଟକୀୟ ଢ଼ଙ୍ଗରେ ଜଣେ ଦିବ୍ୟାଙ୍ଗ କଏଦୀ ସେଣ୍ଟ୍ରାଲ ଜେଲର ସୁଉଚ୍ଚ ପାଚେରି ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଦିବ୍ୟାଙ୍ଗ କଏଦୀ ଏକ ରେପ୍ ଆଣ୍ଡ ମର୍ଡର କେଶରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜା କାଟୁଛି । ସେ ହାତରେ ଆଶାବାଡି ଧରିଲେ ଚାଲେ । କିନ୍ତୁ ସେ ଜେଲର ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିର ଫାଇଦା ନେଇ ଜେଲ୍ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବାହାରକୁ ଚାଲିଆସିଲା । ରୁଟିନ୍ କଲ୍ ବେଳେ ଜଣାପଡିଲା ସେ ଜେଲରେ ନାହିଁ । ତା ପରେ ଆରମ୍ଭ ହେଲା ତନାଘନା ।

Advertisment

ପୋଲିସ ଦୀର୍ଘ ୧୦ ଘଣ୍ଟା ପରିଶ୍ରମ କରିବା ପରେ ଏହି କଏଦୀକୁ ଏକ ପରିତ୍ୟକ୍ତ ଜମିରେ ଥିବା କୂଅ ଭିତରୁ ଉଦ୍ଧାର କରିଥିଲା । ଧରା ପଡିବା ପରେ ମଧ୍ୟ ଏକ ପୋଖରୀ ଦେଇ ଖସିଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ତାର ଚେଷ୍ଟା ବିଫଳ ହୋଇଥିଲା ।

ସେଣ୍ଟ୍ରାଲ ଜେଲରେ ରହିଛି କଡା ସୁରକ୍ଷା ବ୍ୟବସ୍ଥା । ତା ସହିତ ପାଚେରିରେ ଭିତର ପଟେ ଇଲେକ୍ଟ୍ରିକ ତାରବାଡ଼ ବି ରହିଛି । ଏହା ସତ୍ତ୍ୱେ ଦିବ୍ୟାଙ୍ଗ କଏଦୀ ଗୋବିନ୍ଦଚାମୀ ଗୋଟିଏ ହାତରେ ପାଚେରି ଡେଇଁ ପାର୍ । ଏବେ ପ୍ରଶ୍ନ ଉଠୁଛି, ଏହା ସମ୍ଭବ ହେଲା କିପରି ?

Advertisment

ଧରାପଡିବା ପରେ ଏହି କଏଦୀ କହିଛି ଯେ, ଜେଲରେ ପାୱାରକଟ୍ ବେଳେ ସେ ପାଚେରି ଡେଇଁବାକୁ ଉଦ୍ୟମ କରି ସଫଳ ହୋଇଗଲା । ପାୱାରକଟ୍ ହୋଇଥିବାରୁ ଅନ୍ଧାର ଥିଲା । ତାରବାଡରେ ବି କରେଣ୍ଟ ନଥିଲା । ଜେଲର ବାଡ଼କୁ ସାମାନ୍ୟ କାଟି ସେ ଖୋପ କରିଥିଲା । କମ୍ୱଳ ସାହାଯ୍ୟରେ ସେ ପାଚେରି ଉପରକୁ ଚଢ଼ି ଯାଇଥିଲା ଓ ବାହାର ପଟକୁ ଡେଇଁ ପଡିଥିଲା ।

ଜେଲ୍ ବାହାରେ ଥିବା ସିସିଟିଭି ହିଁ ଏହି କଏଦୀକୁ ଧରିବାରେ ପୋଲିସକୁ ସାହାଯ୍ୟ କରିଥିଲା । ହତ୍ୟା ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗୋବିନ୍ଦଚାମୀର ଗୋଟିଏ ହାତରୁ ଅଧା ନାହିଁ । ଅର୍ଥାତ ଅଧା କଟା ହୋଇଛି ।

Advertisment

ତାର କେବଳ ଗୋଟିଏ ହାତ ଥିବାରୁ ସ୍ଥାନୀୟ ଲୋକମାନେ ତା ବିଷୟରେ ପୋଲିସକୁ ସହଜରେ ସୂଚନା ଦେଇପାରିଥିଲେ । ସିସିଟିଭି ଫୁଟେଜରେ ତାକୁ ଚିହ୍ନିବା ସହଜ ହୋଇଥିଲା ।

ଏକ ପରିତ୍ୟକ୍ତ ସ୍ଥାନରେ ଲୁଚିଥିଲା ଗୋବିନ୍ଦଚାମୀ । ପୋଲିସ ଖୋଜାଖୋଜି କରିବା ପରେ ସେ କୂଅ ଭିତରେ ପଶିଯାଇଥିଲା । କେରଳର କନ୍ନୁର ସେଣ୍ଟ୍ରାଲ ଜେଲ୍‌ରୁ ସେ ଖସି ଚାଲିଯାଇଥିଲା ।

୨୦୧୧ ଫେବୃଆରୀ ୧ ତାରିଖରେ ଏର୍ଣ୍ଣାକୁଲମ-ଶୋରାନୁର ଯାତ୍ରୀବାହୀ ଟ୍ରେନରେ ଜଣେ ଯୁବତୀଙ୍କୁ ଲୁଟ୍ କରି ଟ୍ରେନରୁ ଠେଲି ଦେଇଥିଲା । ପରେ ଯୁବତୀଙ୍କୁ ଦୁଷ୍କର୍ମ କରି ନିର୍ମମ ଭାବେ ପ୍ରହାର କରି ଫେରାର ହୋଇଯାଇଥିଲା । ପୋଲିସ ଏହ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଡାକ୍ତରଖାନାରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା ।

ଏହି କଏଦୀର ଘର ହେଉଛି ତାମିଲନାଡୁରେ । ତାର ଅପରାଧିକ ପୃଷ୍ଠଭୂମି ମଧ୍ୟ ରହିଛି । ତା ନାମରେ ତାମିଲନାଡୁରେ ବହୁ ମାମଲା ରହିଛି । ଟ୍ରେନରେ ଜେନେରାଲ୍ କମ୍ପାର୍ଟମେଣ୍ଟରେ ଜଣେ ଯୁବତୀଙ୍କୁ ଦେଖି ସେ ଅପରାଧ କରିବାକୁ ପଛାଇନଥିଲା । ଏହି ମାମଲାରେ ୨୦୧୨ରେ ଫାଷ୍ଟ-ଟ୍ରାକ କୋର୍ଟ ତାକୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଗୋବିନ୍ଦଚାମୀ ତାମିଲନାଡୁରେ ୮ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ତେଣୁ ତାକୁ ଜଣେ ଅଭ୍ୟାସଗତ ଦୋଷୀ ବୋଲି ଦର୍ଶାଇ କେରଳ ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କାଏମ୍ ରଖିଥିଲେ । ପରେ ସେ ସୁପ୍ରିମକୋର୍ଟ ଯାଇଥିଲା । ସୁପ୍ରିମକୋର୍ଟ ତାର ଦଣ୍ଡ କୋହଳ କରି ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ଅଧିକ ପଢ଼ନ୍ତୁ: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ପତ୍ନୀ, ଘରେ ପୋତି ଟାଇଲ୍ ପକାଇଦେଲା

Kerala Rape And Murder Prisoner Escapes From Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ