Advertisment

୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ

୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଜିଠୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ ।  ତାଙ୍କୁ ପଚରାଉଚରା ବେଳେ ଆହୁରି ଅନେକ ଗୁମର ଖୋଲିବା ନେଇ ଆଶା ରଖିଛି ପୋଲିସ ।  ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୋଲିସର ଯୋଜନା ରଖିଥିବା ସୂଚନା ମିଳିଛି॥

ଅଦ୍ୟତନ ହୋଇଛି
undefined

Fake doctor Ramesh Swaini

Advertisment

 ୧୭ଜଣଙ୍କୁ ବିବାହ କରିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କଳା କାରନାମା ଧୀରେ ଧୀରେ ପଦାକୁ ଆସୁଛି । ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧ ମାମଲା ତାଙ୍କ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି ।

Advertisment

ଏତେବର୍ଷ ଧରି ରମେଶ କେଉଁଠି ଆଉ କେମିତି ରହିଆସୁଥିଲା?  କାହା  କାହାସହ ଲିଙ୍କରେ ଆସିଛି ? କେତେ ଜଣଙ୍କୁ ସେ ନିଜ ଅପରାଧ ଜାଲରେ ଶିକାର କରିଥିଲା ? ଏସବୁର ଖିଅ ଖୋଜିବ ପୋଲିସ ।

ପୂର୍ବରୁ ନକଲି ଡାକ୍ତର ରମେଶ ସ୍ୱାଇଁ ଷ୍ଟାଫ ନର୍ସ ଚାକିରି କରାଇଦେବା ନାଁରେ ୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ୭୫ ହଜାର ଟଙ୍କା ଫେରାଇ ଧରାଛୁଆଁ ଦେଉନଥିଲେ ନକଲି ଡାକ୍ତର । ଷଡ଼ଯନ୍ତ୍ରରେ ଡାକ୍ତର ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । 

Advertisment
Fake Doctor Ramesh Swaini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ