• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଥମେ ଅପହରଣ, ତା’ପରେ ଏସିଡ୍‌ ମାଡ଼ । କୂଅରୁ ମିଳିଲା ୧୮ ବର୍ଷୀୟା ଯୁବତୀଙ୍କ ମୃତଦେହ । ରାଜସ୍ଥାନ କରୌଲି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହାକୁ  ନେଇ ରାଜନୀତି ତେଜିଛି । ବିରୋଧି ବିଜେପି ଦଳ ହସ୍ପିଟାଲ ଆଗରେ ଧାରଣା ମଧ୍ୟ ଦେଇଛନ୍ତି ।

ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି । ପରିବାର ଲୋକ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି । ଏହାସହ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

ପୋଲିସ ଅଧିକାରୀ ବାବୁ ଲାଲଙ୍କ କହିବାନୁଯାୟୀ, ମୋହନପୁରା ତୋଦାଭିମ୍‌ ଅଞ୍ଚଳରେ କିଛିଦିନ ତଳେ ଜଣେ ଯୁବତୀଙ୍କ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ତାଙ୍କ ପରିବାର ଲୋକେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । ପରେ ଯୁବତୀଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଥିଲା । ବିଜେପି ନେତ୍ରୀ ମିନାଙ୍କ ଦାବି ଯେ, ମହିଳାଙ୍କୁ ପ୍ରଥମେ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଛି ଏବଂ ଏହାପରେ ତାଙ୍କୁ ଏସିଡ୍‌ ପକାଇ ହତ୍ୟା କରାଯାଇଛି ।