/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693637882.jpg)
Rajasthan Man Suspects Wife Of Having An Affair, Parades Her Naked
ପୁଣି ସୀମା ଟପିଲା ବର୍ବରତା । ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ଚଲାଇଲା ସ୍ୱାମୀ । ପରେ ପ୍ରବଳ ମାଡ଼ ମାରିଲା । ମଣିପୁରର ଛାତିଥରା ହିଂସାକାଣ୍ଡ ମନରୁ ଲିଭିନଥିବାବେଳେ ପୁଣି ସାମ୍ନାକୁ ଆସିଛି ଆଉ ଏକ ନିଷ୍ଠୁର ଘଟଣା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସୈତାନ ପାଲଟିଯାଇଛି ସ୍ୱାମୀ ।
ଏଥର ସିନା ଏହି ଚିତ୍ର ମଣିପୁରରୁ ସାମ୍ନାକୁ ଆସିନି, ହେଲେ ଏହି ଲଜ୍ଜାଜନକ ଘଟଣା ପୁଣି ଥରେ ସମସ୍ତଙ୍କ ମୁହଁକୁ ତଳକୁ କରିଦେଇଛି । ମଣିପୁର ଭଳି ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଘଟିଛି ଏହି ଘଟଣା । ପାହାଡା ଅଂଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ । ସର୍ବସାଧାରଣରେ ନିବସ୍ତ୍ର କରି ମାଡ ମାରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି ।
ମହିଳାଙ୍କୁ ନିର୍ଯାତନା ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ସ୍ୱାମୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ବାପଘର ଓ ଶାଶୂଘର ବିବାଦକୁ ନେଇ ବିଭିନ୍ନ ସମୟରେ ମହିଳାଙ୍କୁ ପାଶବିକ ଅତ୍ୟାଚାର କରାଯାଉଥିଲା । ଶେଷରେ ସ୍ୱାମୀ ଓ ଶାଶୂ ଘର ଲୋକେ ମିଶି ମହିଳାଙ୍କୁ ନିବସ୍ତ୍ର କରି ସର୍ବସାଧାରଣରେ ମାଡ଼ ମାରିଥିବା ଜଣାପଡ଼ିଛି ।
ଅମାନୁଷିକ...ନିଷ୍ଠୁର...ବର୍ବର...ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀକୁ ଉଲଗ୍ନ କରି ମାଡ଼ ମାରିଲା। ରାଜସ୍ଥାନରେ ଏହି ଲଜ୍ଜାଜନକ ଘଟଣା ଘଟିଛି#Rajasthanpic.twitter.com/XVWKCSfm4g
— ଓଟିଭି (@otvkhabar) September 2, 2023
ଖାଲି ସେତିକି ନୁହେଁ, ପୂରା ଘଟଣାର ଭିଡିଓ ଭାଇରାଲ ପରେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି । ଏହା ପରେ ପ୍ରତାପଗଡ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଗିରଫ କରିଛନ୍ତି । ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଧରିଆବାଦ ଥାନା ପୋଲିସ ଖାନ ତଲାସି ଜାରି ରଖିଛି ।
ଅନ୍ୟପଟେ କୁହାଯାଉଛି ଯେ, ମହିଳା ଜଣକ ବିବାହ ସତ୍ତ୍ୱେ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କରେ ରହିଥିଲେ । ଯାହାକୁ ନେଇ ମହିଳାଙ୍କ ଶାଶୂଘର ଲୋକମାନେ ତାଙ୍କୁ ଏପରି ମାଡ଼ ମାରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ୬ଟି ଟିମ୍ ଗଠନ କରିଛି । ଏହି ଲଜ୍ଜାଜନକ ଘଟଣାରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ଚଳାଇଛି ।
प्रतापगढ़ जिले में पीहर और ससुराल पक्ष के आपसी पारिवारिक विवाद में ससुराल पक्ष के लोगों द्वारा एक महिला को निर्वस्त्र करने का एक वीडियो सामने आया है।
पुलिस महानिदेशक को एडीजी क्राइम को मौके पर भेजने एवं इस मामले में कड़ी से कड़ी कार्रवाई के निर्देश दिए हैं।
सभ्य समाज में इस…
— Ashok Gehlot (@ashokgehlot51) September 1, 2023
ଏନେଇ ଖବର ପ୍ରସାରଣ ହେବା ପରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଟ୍ୱିଟ୍ କରିଛନ୍ତି । ଘଟଣାକୁ ନିନ୍ଦା କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)