Advertisment

Rajasthan :ଗୋରା କରିବାକୁ କହି ପତ୍ନୀଙ୍କୁ ପୋଡି ହତ୍ୟା, କ୍ରିମରେ ମିଶିଥିଲା ରାସାୟନିକ ପଦାର୍ଥ...ଅଭିଯୁକ୍ତ ସ୍ବାମୀକୁ ମୃତ୍ୟୁଦଣ୍ଡ

ଲକ୍ଷ୍ମୀଙ୍କ ରଙ୍ଗକୁ ନେଇ ପ୍ରାୟତଃ କମେଣ୍ଟ ବା ସମାଲୋଚନା କରୁଥିଲା । ସେ କହୁଥିଲା, ‘ତୁମେ କାଳି, ମୋଟା। ମୋ ଯୋଗ୍ୟ ନୁହଁ।’ ଲକ୍ଷ୍ମୀଙ୍କୁ ଦିନରାତି ଏଭଳି କଥା ଶୁଣିବାକୁ ପଡୁଥିଲା । ତାଚ୍ଛଲ୍ୟ କରୁଥିବା କିଶନଦାସ ନିଜ ମନରେ ଏଭଳି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ, ଯାହା ଜାଣିଲେ ସୈତାନ ମଧ୍ୟ ନିଜକୁ ଛୋଟ ଅନୁଭବ କରିବ।

rajasthan

rajasthan

Advertisment

ଗୋରା କରିବାକୁ କହି ପତ୍ନୀଙ୍କୁ ପୋଡ଼ି ହତ୍ୟା । କେମିକାଲ ଢ଼ାଳି ନିଆଁ ଲଗାଇ ହତ୍ୟା କରିବା ଅଭିଯୋଗରେ ରାଜସ୍ଥାନର ଉଦୟପୁର ଅତିରିକ୍ତ ଜିଲ୍ଲା ତଥା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ସ୍ବାମୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ।

Advertisment

ଏଭଳି ହିଂସ୍ର ସ୍ୱାମୀ, ଯାହା ଉପରେ ତାଙ୍କ ପତ୍ନୀ ଆଖି ବନ୍ଦ କରି ଭରସା କରିଥିଲେ । କିନ୍ତୁ ସେ ଜୀବନ୍ତ ଜାଳି ଦେଇଥିଲା । ଏହି ହିଂସ୍ର ଓ ନିଷ୍ଠୁର ସ୍ବାମୀ ପତ୍ନୀଙ୍କୁ ‘କାଳି ଓ ମୋଟା’ କହି କମେଣ୍ଟ ମାରୁଥିଲା । କିନ୍ତୁ ଗୋଟିଏ ଦିନ ସେ ସମସ୍ତ ସୀମା ଅତିକ୍ରମ କରିଦେଇଥିଲେ। ‘ଗୋରା’ କରିଦେବ କହି ପତ୍ନୀଙ୍କୁ ଜୀବନ୍ତ ଜାଳି ଦେଇଥିଲା।

କହିବାକୁ ଗଲେ ଏହି ବ୍ୟକ୍ତି ମଣିଷ କିନ୍ତୁ ତାର କାର୍ଯ୍ୟ ଦେଖି ହିଂସ୍ର ପଶୁ ମଧ୍ୟ ଲଜ୍ଜା କରିବ । ଉଦୟପୁର ଜିଲ୍ଲାର ବଲ୍ଲଭନଗରର ନାଓ୍ଵାନିଆ ଗାଁର ବାସିନ୍ଦା ଥିଲେ କିଶନଦାସ। ପରିବାରର ଇଚ୍ଛାନୁସାରେ ତାଙ୍କର ଲକ୍ଷ୍ମୀ ନାମକ ଝିଅ ସହ ବିବାହ ହୋଇଥିଲା। ଲକ୍ଷ୍ମୀଙ୍କଠାରେ ସେହି ସବୁ ଗୁଣ ଥିଲା, ଯାହା ଏକ ଭଲ ଜୀବନସାଥୀଙ୍କଠାରେ ଥାଏ। କିନ୍ତୁ କିଶନଦାସଙ୍କୁ ତାଙ୍କ ଠାରେ କେବଳ ଅଭାବ ହିଁ ଦେଖା ଯାଉଥିଲା।

Advertisment

ଲକ୍ଷ୍ମୀଙ୍କ ରଙ୍ଗକୁ ନେଇ ସେ ପ୍ରାୟତଃ କମେଣ୍ଟ ବା ସମାଲୋଚନା କରୁଥିଲା । ସେ କହୁଥିଲା, ‘ତୁମେ କାଳି, ମୋଟା। ମୋ ଯୋଗ୍ୟ ନୁହଁ।’ ଲକ୍ଷ୍ମୀଙ୍କୁ ଦିନରାତି ଏଭଳି କଥା ଶୁଣିବାକୁ ପଡୁଥିଲା । ତାଚ୍ଛଲ୍ୟ କରୁଥିବା କିଶନଦାସ ନିଜ ମନରେ ଏଭଳି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ, ଯାହା ଜାଣିଲେ ସୈତାନ ମଧ୍ୟ ନିଜକୁ ଛୋଟ ଅନୁଭବ କରିବ।

୨୪ ଜୁନ, ୨୦୧୭ର ସେହି ଭୟଙ୍କର ରାତି। କିଶନଦାସ ଏକ କ୍ରିମ୍‌ ପରି ଜିନିଷ ଘରକୁ ଆଣିଥିଲେ। ପତ୍ନୀଙ୍କୁ କହିଥିଲେ ଯେ ଏହି କ୍ରିମ୍‌ ଲଗାଇଲେ ତୁମେ ଗୋରା ହୋଇଯିବ। ଏହାକୁ ତୁମ ଶରୀରରେ ଲଗାଅ। ସ୍ୱାମୀଙ୍କଠାରୁ ପ୍ରେମ ଓ ସମ୍ମାନ ପାଇବା ପାଇଁ ବ୍ୟାକୁଳ ଲକ୍ଷ୍ମୀ ମଧ୍ୟ ଡେରି ନକରି ସେହି ‘କ୍ରିମ୍‌’କୁ ନିଜ ମୁହଁ ସମେତ ପୂରା ଶରୀରରେ ଲଗାଇ ଦେଇଥିଲେ।

Advertisment

ଲକ୍ଷ୍ମୀଙ୍କୁ ଜଣା ନଥିଲା ଯେ ସେ ଯାହାକୁ କ୍ରିମ୍‌ ଭାବି ଶରୀରରେ ଲଗାଉଛନ୍ତି, ତାହା ପ୍ରକୃତରେ ଏକ ରାସାୟନିକ ପଦାର୍ଥ। ଏଭଳି ରାସାୟନିକ ପଦାର୍ଥ ଯାହା ତୁରନ୍ତ ନିଆଁ ଧରିପାରେ। କ୍ରିମରୁ ଅଜବ ଗନ୍ଧ ଆସୁଥିଲା, କିନ୍ତୁ ଲକ୍ଷ୍ମୀ ପୁରା ଶରୀରରେ ଲଗାଇ ସାରିଥିଲେ। ସେ କିଛି ବୁଝିବା ପୂର୍ବରୁ କିଶନଦାସ ନିଜ ପାଖରେ ଲୁଚାଇ ରଖିଥିବା ଜଳୁଥିବା ଅଗରବତୀରୁ ତାଙ୍କୁ ଜୀବନ୍ତ ନିଆଁ ଲଗାଇ ଦେଇଥିଲା ।

କିଛି ସେକେଣ୍ଡରେ ଲକ୍ଷ୍ମୀଙ୍କ ଦେହରେ ନିଆଁ ଲାଗିଯାଇଥିଲା । କିଶନଦାସ ସେଠାରେ ଅଟକି ନଥିଲେ। ବଳକା ରାସାୟନିକ ମଧ୍ୟ ସେ ଲକ୍ଷ୍ମୀଙ୍କ ଉପରେ ଢାଳି ଦେଇଥିଲେ, ଯାହାଦ୍ୱାରା ନିଆଁ ଆହୁରି ଭୟଙ୍କର ହୋଇ ଉଠିଥିଲା। ଏହି ଭୟଙ୍କର ଘଟଣା ଘଟାଇ କିଶନଦାସ ଘରୁ ପଳାଇଥିଲା । ଚିତ୍କାର ଶୁଣି ଶାଶୁଘର ଲୋକେ ଦୌଡ଼ି ଆସିଥିଲେ। ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଲକ୍ଷ୍ମୀ ସେତେବେଳକୁ ଦୁନିଆକୁ ଅଲବିନା କହିସାରିଥିଲେ ।

Death Sentence Burnt Alive Rajasthan Udaipur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ