Raja Chakra Appears In Court
ବଢିଲା ରାଜା ଚକ୍ରଙ୍କ ଅଡୁଆ । ଆଉ ଏକ ମାମଲାରେ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ । ଆଜି କେନ୍ଦୁଝର କୋର୍ଟରେ ହାଜର ହୋଇଛି ରାଜା ଚକ୍ର । ବିଜେଡି ନେତା ରାଜା ଚକ୍ର ଓ ୨ ସହଯୋଗୀଙ୍କୁ ହାଜର କରାଯାଇଛି । ସେପଟେ ଅନ୍ୟ ଏକ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇ ଜେଲ୍ରେ ଅଛି ରାଜା ଚକ୍ର ।
ଗତ ୧୬ ତାରିଖରେ ରାଜା ଚକ୍ରର ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ଏହାସହ ରାଜାର ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ବି ଖାରଜ ହୋଇଥିଲା । ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତା ମାମଲାରେ ଜେଲରେ ଥିବା ବିଜେଡି ନେତା ରାଜା ଚକ୍ରର ସମ୍ପତ୍ତି ଆଟାଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜା ଚକ୍ରର କ୍ରସର ଓ ଷ୍ଟକୟାର୍ଡ ଉପରେ STF ଓ EOWର ଚଢ଼ାଉ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748071395.jpg)