Advertisment

ମାହାଙ୍ଗା ଗଣହତ୍ୟା: ଘଟଣା ବେଳର ଲୋମଟାଙ୍କୁରା କାହାଣୀକୁ କାନ୍ଦି କାନ୍ଦି କହିଲେ ଅଭିଯୁକ୍ତଙ୍କ ପତ୍ନୀ

ଘଟଣାର ଦିନକ ପରେ ମଧ୍ୟ ଶୋକରେ ବୁଡ଼ିଛି କୁସୁପୁର ଗାଁ।

ଅଦ୍ୟତନ ହୋଇଛି
Mahanga Murder Case

Mahanga Murder Case

Advertisment

କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସ୍ତବ୍ଧ ସାରା ରାଜ୍ୟ। ଭାଇରୁ ଭଗାରୀ ହୋଇ ଜଲ୍ହାଦ ସାଜି ରକ୍ତର ହୋଲି ଖେଳିଥିବା ହତ୍ୟାକାରୀ ଶିବସାହୁକୁ ଆଜି ସାଲେପୁର ଜେଏମ୍ଏଫସି କୋର୍ଟରେ ହାଜର କରିପାରେ ପୋଲିସ। ପାରିବାରିକ କଳହକୁ କେନ୍ଦ୍ର କରି ରକ୍ତର ସମ୍ପର୍କ ଭୁଲି ରକ୍ତ ବୁହାଇଥିବା ଶିବ ନିଜ ସ୍ୱୀକାରୋକ୍ତିରେ ମାନିଛି ଯେ, ଆଇନ୍ ଯାହା ଶାସ୍ତି ଦେବ ତାକୁ ସେ ଗ୍ରହଣ କରିବ। ଭାଇ-ଭାଉଜ, ପୁତୁରା-ଝିଆରୀଙ୍କୁ ନିର୍ମମ ହତ୍ୟା କରିଥିବା ଶିବକୁ କି ଦୃଷ୍ଟାନ୍ତମୂଳକ ଶାସ୍ତି ମିଳୁଛି ତାକୁ ହିଁ ସମସ୍ତଙ୍କ ଅପେକ୍ଷା। 

Advertisment

ଏହି ଗଣହତ୍ୟା ଘଟଣାରେ ଅଭିଯୁକ୍ତ ସାନ ଭାଇ ଶିବ ସାହୁଙ୍କ ପତ୍ନୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଘଟଣା ବେଳର ଲୋମଟାଙ୍କୁରା କାହାଣିକୁ ସେ କାନ୍ଦି କାନ୍ଦି କହିଛନ୍ତି। ସେ କହିଛନ୍ତି ଯେ ସ୍ୱାମୀ ଚାବି ମାଗିଲେ, ସେମାନେ ନ ଦେବାରୁ ପାଟିତୁଣ୍ଡ ହେଲା। ସେମାନେ ସମସ୍ତେ ମିଶିକି ମାଇଲେ, ଇଏ ବି ମାରିଛନ୍ତି। ମୁଁ କାଳେ ପ୍ରତିବାଦ କରିବି, ସେଥିପାଇଁ ମୋତେ ବାହାରପଟୁ ସ୍ୱାମୀ କବାଟ ବନ୍ଦ କରି ଦେଲେ। 

ସେ ଆହୁରି କହିଛନ୍ତି ଯେ ୧୦/୧୨ ବର୍ଷ ହେଲା ସେମାନେ ହଇରାଣ କରି ଆସୁଥିଲେ।

ସେପଟେ ଘଟଣାର ଦିନକ ପରେ ମଧ୍ୟ ଶୋକରେ ବୁଡ଼ିଛି କୁସୁପୁର ଗାଁ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଜଣେ ମଧ୍ୟ ବୟସ୍କ ଲୋକ ଏକାକୀ କେମିତି ଏତେବଡ଼ କାଣ୍ଡ ଭିଆଇଲା? ଅପରାଧ ପଛରେ ସେ ଜଣେ ନା ଆଉ କିଏ? ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ରହସ୍ୟ ଉପରୁ ପରଦା ଉଠିବ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ପ୍ରକୃତ କାରଣ କଣ ହୋଇଥାଇପାରେ ତାକୁ ନେଇ ନାନା ଚର୍ଚ୍ଚା ହେଉଛି।

Advertisment
Quintuple Murder In Mahanga
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ