Advertisment

ୟୁରିଆ ସାର-ଏସିଟିକ୍ ଏସିଡ୍-ନକଲି ରଙ୍ଗ ଆଉ ଫ୍ଲେଭରରେ ତିଆରି ହେଉଥିଲା ସସ୍

ରାଜଧାନୀରୁ ବିପୁଳ ନକଲି ସସ୍ ସିଜ୍ ପରେ ମିଳିଲା ସାଙ୍ଘାତିକ ତଥ୍ୟ । ପୋଲିସର ଖୋଳତାଡ଼, କୁଆଡ଼େ ହେଉଥିଲା ନକଲି ସସ୍ ସପ୍ଲାଏ ।

undefined

Duplicate Sauce

Advertisment

ପୂରା ଅସଲି ଭଳି ପ୍ୟାକିଂ, ଦେଖିବାକୁ ଠିକଠାକ୍। ହେଲେ ଖାଇବା ପରେ ପେଟକୁ ଯାଉଛି ହଳାହଳ ବିଷ। କାରଣ ଖାଦ୍ୟ ନାଁରେ ଟଙ୍କା ଦେଇ ଆମେ ଖାଉଥିବା ଖାଦ୍ୟ ପୁରା ନକଲି ଆଉ ଭେଜାଲ। ଗତକାଲି ରାଜଧାନୀର ଭୀମଟାଙ୍ଗୀ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଟମାଟୋ ଓ ଚିଲି ସସ ଜବତ ପରେ ଫାଷ୍ଟଫୁଡରେ ବ୍ୟବହାର ହେଉଥିବା ଡୁପ୍ଲିକେଟ୍ ସସକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସଚେତନ ଗ୍ରାହକ।

Advertisment

ପ୍ରଶ୍ନ ଉଠୁଛି ରାସ୍ତାକଡ଼ର ରଙ୍ଗାରଙ୍ଗ ଫାଷ୍ଟ ଫୁଡ୍ ଦୋକାନରେ ବ୍ୟବହାର ହେଉଥିବା ସେଇ ସବୁ ସସ୍ କେତେ ନିରାପଦ? ଖାଲି ଆଖିକୁ ସୁନ୍ଦର ଓ ଠିକ୍ ଠାକ ଲାଗୁଥିବା ସସ୍ ନାଁରେ ଆମେ ନିହାତି ଅଖାଦ୍ୟ ଖାଉ ନାହାନ୍ତି ତ? ଗ୍ରାହକ ଝାଳବୁହା ଟଙ୍କା ଦେଇ ବ୍ୟସ୍ତତା ଓ ଭିଡ଼ ଭିତରେ ଭେଜାଲ୍ ଖାଉଥିଲେ ବି ଏହା ଅସଲି କି ନୁହେଁ, ଜାଣିବ କେମିତି?

ଆଗରୁ କଟକ, ବ୍ରହ୍ମପୁର ଏବଂ ଭୁବନେଶ୍ୱରରୁବ୍ରାଣ୍ଡ ନାଁରେ ଡୁପ୍ଲିକେଟ୍ ଏବଂ ନିମ୍ନ ମାନର ଖାଦ୍ୟ ସାମଗ୍ରୀ ଅନେକ ଥର ଜବତ ହୋଇଛି। ତେବେ ରାଜଧାନୀର ଭୀମଟାଙ୍ଗି ଅଞ୍ଚଳରୁ ଯେଉଁ ସସ୍ ତିଆରି ୟୁନିଟରେ ରେଡ୍ ହୋଇଛି, ସେଠୁ ଆସିଛି ସାଧାରଣ ଖାଉଟିଙ୍କୁ କିଛି ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ । ଏଠି ଟମାଟୋ ସସ୍ ପାଇଁ ଟମାଟୋ ତ ଦୂରର କଥା ଆଗରୁ ଆପଣମାନେ ଶୁଣିଥିବା ଆଳୁ, କଖାରୁ କି ଅମୃତଭଣ୍ଡା ବି ବ୍ୟବହାର ହେଉନଥିଲା। ବରଂ ବିନା କଞ୍ଚାମାଲ ବ୍ୟବହାରରେ ଏଠି ରସାୟନିକ ଉପାୟରେ ପ୍ରସ୍ତୁତ ହେଉଥିଲା ସସ୍। ଯାହାର ମୂଳ ଉପଦାନ ଥିଲା ଚାଉଳ ଗୁଣ୍ଡ, ୟୁରିଆ ସାର, ଏସିଟିକ୍ ଏସିଡ୍, କେମିକାଲ ମିଶା ରଙ୍ଗ ଆଉ ନକଲି ଫ୍ଲେଭର।

Advertisment

ଆଉ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଏସବୁ ଖାଦ୍ୟ ସାମଗ୍ରୀ। ଆଜି ଦ୍ୱିତୀୟ ଦିନ ପାଇଁ ପୋଲିସ ଏଠାରେ ପୁଣି ରେଡ୍ କରିଥିବା ବେଳେ ଖାଦ୍ୟ ନିରାପତ୍ତା ଅଧିକାରୀ ଘଟଣାସ୍ଥଳକୁ ଯାଇ ଅଧିକ ଯାଞ୍ଚ କରିଛନ୍ତି। ଏ ଘଟଣାରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ୩ ଜଣଙ୍କୁ ଗରିଫ କରିଥିବା ବେଳେ କାରଖାନାରେ ମାଲିକ କିନ୍ତୁ ଫେରାର ମାରିଛି। ପୋଲିସ ଏବେ ସୁଦ୍ଧା ଏଠୁ ଚାଲାଣ ହେବାକୁ ଥିବା ୨୦ ପେଟି ଚିଲ୍ଲି, ୩୦ ପେଟି ଟମାଟୋ ସସ୍, ପ୍ୟାକିଂ ହୋଇନଥିବା ୨ଟି ବ୍ୟାରେଲ ଭର୍ତ୍ତି ସସ, ସହ ବହୁ ପରିମାଣର ବଟଲ୍ ଓ ଗୋଟିଏ ପ୍ୟାକିଂ ମେସିନ୍ ଜବତ କରିଛି।

Fraud Duplicate Sauce
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ