Advertisment

ପୁଣି ‘ପୁଷ୍ପା’ ଷ୍ଟାଇଲରେ ସ୍ମଗଲିଂ: ଉପରେ ଥିଲା କରତ ଗୁଣ୍ଡ, ହେଲେ ଭିତରେ ଥିଲା...

ପୁଣି ‘ପୁଷ୍ପା’ ଷ୍ଟାଇଲରେ ସ୍ମଗଲିଂ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପୁଣି ‘ପୁଷ୍ପା’ ଷ୍ଟାଇଲରେ ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Pushpa Style Timber Smuggling

Pushpa-style timber smuggling bid foiled in balasore

Advertisment

ପୁଣି ‘ପୁଷ୍ପା’ ଷ୍ଟାଇଲରେ ସ୍ମଗଲିଂ। ଉପରେ କରତ ଗୁଣ୍ଡ ତଳେ ମୂଲ୍ୟବାନ କାଠ। ପିକ୍‌ଅପ୍ ଭ୍ୟାନ୍‌ରେ କିଛି ଏଭଳି ଭାବେ ଚୋରାରେ କାଠ ଚାଲାଣ ହେଉଥିବା ବେଳେ ବନ ବିଭାଗ ମାଡ଼ି ବସିଥିଲା। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପୁଣି ‘ପୁଷ୍ପା’ ଷ୍ଟାଇଲରେ ଏହି ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି। ନିକଟରେ ଜବତ କାଠ ଗାଡ଼ିକୁ ମାଫିଆମାନେ ବନ ବିଭାଗ ଟିମ୍‌ ପାଖରୁ ଛଡାଇ ନେବାକୁ ନାଟକୀୟ ଢଙ୍ଗ ରଚିଥିଲେ।

Advertisment

ରାସ୍ତାରେ ଗଛ ଗଡ଼ାଇବା ସହ ଅଫିସ ଭିତରେ ମାରଣାସ୍ତ୍ର ବୁଲାଇଥିଲେ ମାଫିଆ। ଏହି ଘଟଣାକୁ ୪ ଦିନ ନହେଉଣୁ ପୁଣି ମାଫିଆଙ୍କ ଆତଙ୍କରାଜ ଆରମ୍ଭ ହୋଇଯାଇଛି।

ସୂଚନା ଅନୁସାରେ, ଯେମିତି ଧରା ନପଡ଼ିବେ ସେଥିପାଇଁ ମାଫିଆମାନେ କରତଗୁଣ୍ଡକୁ ଅଖାରେ ରଖି ଭିତରେ କାଠକୁ ଚୋରା ଚାଲାଣ କରୁଥିଲେ। ବନ ବିଭାଗ ଆଖିରେ ଧୂଳି ଦେଇ ପିକ୍‌ଅପ୍‌ ଭ୍ୟାନରେ ଏହି ଚୋରା ଚାଲାଣ ଚାଲିଥିଲା। ହେଲେ ମାଫିଆଙ୍କ ଚାଲାକି ବନ ବିଭାଗ ହାତରେ ଧରାପଡ଼ିଥିଲା। 

Advertisment

ରେମୁଣା ସୋମନାଥପୁର ଅଞ୍ଚଳରେ ନୀଳଗିରି ବନ ବିଭାଗ ଟିମ୍‌ ହଠାତ୍‌ ଚଢଉ କରି ଲକ୍ଷାଧିକ ଟଙ୍କାର କାଠ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଥିଲା। ଚଢ଼ାଉ ବେଳେ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ପାଖାପାଖି ୧ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସୂଚନାଥାଉ କି, ଶନିବାର ରାତିରେ ନୀଳଗିରି ବନ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ରେମୁଣା ଅଞ୍ଚଳରେ ଚଢ଼ାଉ କରି କାଠ ଭର୍ତ୍ତି ଗାଡ଼ି ଜବତ କରିଥିଲେ। ବନ ବିଭାଗ ଟିମ୍‌କୁ ଚକ୍‌ମା ଦେଖାଇ କାଠ ମାଫିଆମାନେ ରାସ୍ତାରେ ଗଛ କାଟି କାଠ ଗାଡ଼ିକୁ ଛଡାଇ ନେବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବନ ବିଭାଗର ବ୍ଲୁ ପ୍ରିଣ୍ଟ ଆଗରେ କାଠ ମାଫିଆମାନେ ଫେଲ୍ ମାରିଥିଲେ।

Advertisment
Pushpa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ