Advertisment

ନାବାଳିକାଙ୍କୁ ଅସଦାଚରଣ କରି ଶ୍ରୀମନ୍ଦିର ପୂଜକ ଗିରଫ

ଗତକାଲି ଅପରାହ୍ନରେ ସମ୍ପୃକ୍ତ ନାବାଳିକା ପରିବାର ସହ ହାଇଦ୍ରାବାଦରୁ ଶ୍ରୀମନ୍ଦିର ବୁଲିଆସିଥିଲେ। ଶ୍ରୀମନ୍ଦିରରେ ପରିସରରେ ଥିବା ବାମନ ମନ୍ଦିରକୁ ଯିବାବେଳେ ସେଠାରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିଲା।

ଗିରଫ ହୋଇଥିବା ପୂଜକ ସଂଗ୍ରାମ

ଗିରଫ ହୋଇଥିବା ପୂଜକ ସଂଗ୍ରାମ

Advertisment

ପୁରୀ: ଧର୍ମର ସ୍ଥାନରେ ଅଧର୍ମ କାମ। ପୂଜକଙ୍କ ଅଧର୍ମ କାମ। ପୁରୀ ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ କରି ପୂଜକ ଗିରଫ। ଅସଦାଚରଣ କରିଥିବା ପୂଜକଙ୍କ ନାଁ ସଂଗ୍ରାମ ଦାସ। ପୁଲିସ ଅଭିଯୋଗର ତଦନ୍ତ କରି ଶ୍ରୀମନ୍ଦିର ପରିସରରେ ଥିବା ଦଧିବାମନ ମନ୍ଦିରର ପୂଜକ ସଂଗ୍ରାମ ଦାସଙ୍କୁ ପକ୍ସୋ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ନାବାଳିକାଙ୍କୁ ବାମନ ମନ୍ଦିରରେ ଅସଦାଚରଣ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। 

Advertisment

ଗତକାଲି ଅପରାହ୍ନରେ ସମ୍ପୃକ୍ତ ନାବାଳିକା ପରିବାର ସହ ହାଇଦ୍ରାବାଦରୁ ଶ୍ରୀମନ୍ଦିର ବୁଲିଆସିଥିଲେ। ଶ୍ରୀମନ୍ଦିରରେ ପରିସରରେ ଥିବା ବାମନ ମନ୍ଦିରକୁ ଯିବାବେଳେ ସେଠାରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିଲା।

ପୁଲିସ ତଦନ୍ତ କରି ପ୍ରଥମେ ଅଭିଯୁକ୍ତ ପୂଜକ ସଂଗ୍ରାମ ଦାସକୁ ଥାନାକୁ ଆଣି ପଚରାଉଚରା କରିଥିଲେ। ସେପଟେ ନାବାଳିକାକୁ ପ୍ରଥମେ ସିଡବ୍ଲ୍ୟୁସିରେ କାଉନସେଲିଂ କରି ବୟାନ ରେକର୍ଡ କରାଯାଇଥିଲା।  ଏହାପରେ ୧୬୪ଧାରା ଅନୁଯାୟୀ ବୟାନ ରେକର୍ଡ କରାଯାଇଥିଲା। ପରେ ନାବାଳିକା ତାଙ୍କ ପରିବାର ସହ ଘରକୁ ଚାଲିଯାଇଥିଲେ।

Advertisment

ଆଉ ସିଂହଦ୍ୱାର ଥାନା ପକ୍ଷରୁ ଅଭିଯୁକ୍ତ ପୂଜକ ସଂଗ୍ରାମ ଦାସକୁ ପକ୍ସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗତକାଲି ଅପରାହ୍ନରେ ଶ୍ରୀମନ୍ଦିର ପରିସରରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଏହାକୁ ସେବାୟତଙ୍କ ମହଲରେ ନିନ୍ଦା କରାଯାଇଛି। 

Odisha Puri Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ