Advertisment

ଥାନାରେ ଦିବ୍ୟାଙ୍ଗଙ୍କ ପ୍ରତି ପୋଲିସର ଅତ୍ୟାଚାର, ଛାତିକୁ ମାରିଛନ୍ତି ଗୋଇଠା..!

ଝଗଡ଼ା ଦେଖି ପାଖଲୋକେ ଆସି ବୁଝାସୁଝା କରିବା ସମୟରେ ପିସିଆର୍‌ ଭ୍ୟାନ୍‌ ଆସି ଦୁଇପକ୍ଷଙ୍କୁ ଥାନାକୁ ଉଠାଇ ନେଇଥିଲା। ପୁଅକୁ ବି ଥାନାକୁ ନେଇ ଯାଇଥିଲା। ଥାନାରେ ପୁଅକୁ ଅପରାହ୍ଣ ୩ଟାରୁ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଟକ ରଖାଗଲା।

ଅଦ୍ୟତନ ହୋଇଛି
Crime

Crime

Advertisment

ପୁରୀ ତାଳବଣିଆ ଅଂଚଳର ଜଣେ ଦିବ୍ୟାଙ୍ଗଙ୍କୁ ଥାନା ଭିତରେ ଥାର୍ଡ ଡିଗ୍ରୀ ଅଭିଯୋଗ । ପୋଲିସ ଲାଠି ମାଡରେ ତାଙ୍କ ପେଟ, ହାତ ଓ ଗୋଡରେ ଆଘାତ ଲାଗିଛି। ଆହତ ଦିବ୍ୟାଙ୍ଗ ହେଉଛନ୍ତି ଭୂଦାନ ନଗରର ଅନୀଲ କୁମାର ପାଢ଼ୀ। ସେ ବ୍ୟାଙ୍କ କଲୋନୀରେ ଏକ ପାନ ଦୋକାନ କରିଛନ୍ତି।

Advertisment

ଗତ ୩୦ ତାରିଖ ଦିନ ଦୁଇ ଜଣ ନିଶାଖୋର ଯୁବକ ତାଙ୍କ ଦୋକାନ ସମ୍ମୁଖରେ ହୋ ହଲ୍ଲା କରୁଥିଲେ । ସେଠାରେ ଅନ୍ୟ କିଛି ଯୁବକ ତାଙ୍କୁ ମାଡ଼ ମାରି ଚୁପ୍ କରାଇଥିଲେ। ଦୋକାନ ସମ୍ମୁଖରେ ପାଟିତୁଣ୍ଡ ହେଉଥିବା ଅଭିଯୋଗ ଆଣି ଦିବ୍ୟାଙ୍ଗ ଅନୀଲଙ୍କୁ ପାଟି କରିଥିଲେ। ପରେ ପିସିଆର ପହଞ୍ଚି ନିଶାଖୋରଙ୍କୁ ଥାନାକୁ ନେବା ସହ ଅନୀଲକୁ ମଧ୍ୟ ଥାନାକୁ ଧରିନେଇଥିଲା ପୋଲିସ।

ଆଉ ୬ ଘଣ୍ଟା କାଳ ରଖି ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଅନୀଲଙ୍କ ବାପା ଅତିରିକ୍ତ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏସପି କହିଛନ୍ତି, ଅଭିଯୋଗ ଆସିଛି। ସଦର ଏସଡିପିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ହେବ।

Advertisment

ପୁରା ଘଟଣାଟି ହେଲା କିଛି ନିଶାଖୋର ତାଙ୍କ ଦୋକାନ ପାଖକୁ ଆସି ପାଟିତୁଣ୍ଡ କରିଥିଲେ। ଏହା ଦେଖି ଅନିଲ ବାରଣ କରିଥିଲେ। ଏଥିରେ ଉପସ୍ଥିତ ନିଶାଖୋରମାନେ ଉତ୍‌କ୍ଷିପ୍ତ ହୋଇ ପାଟିତୁଣ୍ଡ କରିଥିଲେ। ପରେ ଦୁଇପକ୍ଷଙ୍କ ଭିତରେ ପାଟିତୁଣ୍ଡ ଲାଗିବାରୁ ସଂପୃକ୍ତ ନିଶାଖୋର ଏକ ମାରଣାସ୍ତ୍ର ଆଣି ଧମକଚମକ ଦେଇଥିଲେ। ସଂପୃକ୍ତ ବ୍ୟକ୍ତି ରେଳବିଭାଗରେ ବେଡ୍‌ରୋଲ୍‌ କର୍ମଚାରୀ ଭାବେ କାମ କରନ୍ତି।

ଏହା ଦେଖି ପାଖଲୋକେ ଆସି ବୁଝାସୁଝା କରିବା ସମୟରେ ପିସିଆର୍‌ ଭ୍ୟାନ୍‌ ଆସି ଦୁଇପକ୍ଷଙ୍କୁ ଥାନାକୁ ଉଠାଇ ନେଇଥିଲା। ପୁଅକୁ ବି ଥାନାକୁ ନେଇ ଯାଇଥିଲା। ଥାନାରେ ପୁଅକୁ ଅପରାହ୍ଣ ୩ଟାରୁ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଟକ ରଖାଗଲା।

Advertisment

ପୁଅ ବସିଥିବା ବେଳେ ହଠାତ୍‌ ଜଣେ ପୋଲିସ ଆସି ତାକୁ ଏକ ଲୁହା ପାଇପ୍‌ରେ ନିସ୍ତୁକ ପିଟିଥିଲେ। ଅଣ୍ଟା, ହାତ ଆଦିରେ ମାଡ଼ ବସିଥିଲା। ଫଳରେ ବାମପାର୍ଶ୍ୱ ଅଣ୍ଟା ପାଖ, ବାମ ହାତରେ ଗଭୀର ଆଘାତ ଲାଗିଛି। ବାମ ଗାଲକୁ ଶକ୍ତ ଚାପୁଡ଼ା ମାରିବାରୁ ଆଖି ପତା କଳା ପଡ଼ିଯାଇଛି। ରାତିରେ ଏଭଳି ମାଡ଼ ଦେଖି ସେ ନିଜେ ବି ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ବି ମାଡ଼ର ଧମକ ମିଳିଥିଲା। ଉଭୟ ପୁଅ ଓ ତାଙ୍କୁ ସଂପୃକ୍ତ ପୋଲିସ ଅଧିକାରୀ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପାଖରେ ଅନ୍ୟ ଜଣେ ମହିଳା ପୋଲିସ ଅଧିକାରୀ ଛିଡ଼ା ହୋଇ ବାରଣ କରିଥିଲେ ବି ସମ୍ପୃକ୍ତ ପୋଲିସ ଅଧିକାରୀ ମାଡ଼ ପରେ ମାଡ଼ ମାରି ଚାଲିଥିଲେ। କିଛି ଶୁଣିନଥିଲେ । 

Puri Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ