Advertisment

ପୁଣି ରକ୍ତପାତ ! ଦିବ୍ୟାଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୯ ଦୁର୍ବୃତ୍ତ

ଆଜିର ଆକ୍ରମଣ ପଛରେ ଦିନେଶଙ୍କ ସମର୍ଥକଙ୍କ ସଂପୃକ୍ତି ଥିବା ଆଶଙ୍କା କରି ପୁରୀ ଟାଉନ ଥାନା ପୋଲିସ ତଦନ୍ତ ଚଳାଇଛି।

ଅଦ୍ୟତନ ହୋଇଛି
Crime

Crime

Advertisment

ପୁରୀ ସହରରେ ରକ୍ତପାତ। ହାଡ଼ଗୋଡ଼ିଆ ସାହିରେ ଗୋଡ଼ାଇ ଗୋଡ଼ାଇ ହତ୍ୟା ଉଦ୍ୟମର ଶୀକାର ହୋଇଥିବା ଦିବ୍ୟାଙ୍ଗଙ୍କ ଚାଲିଗଲା ଜୀବନ। କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ହରିହର ସାହୁ। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୯ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଖଣ୍ଡା, ଭୁଜାଲି ଧରି ଗୋଡ଼ାଇ ଗୋଡ଼ାଇ ହାଡ଼ଗୋଡ଼ିଆ ସାହିରେ ଆକ୍ରମଣ କରିଥିଲେ ହରିହରଙ୍କୁ।

Advertisment

ଫଳରେ ତାଙ୍କ ମୁଣ୍ଡ ଓ ଶରୀରରେ ଆଘାତ ଲାଗିଥିଲା। ଏହାପରେ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ହରିହରଙ୍କୁ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିଲେ ବି ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। କାରଣ ଗତ ୮ତାରିଖରେ ଦିନେଶ ଖୁଣ୍ଟିଆ ହତ୍ୟା ଘଟଣାରେ ହରିହରଙ୍କ ପୁଅ ଜେଲ୍ ଯାଇଛି। ତେଣୁ ଆଜିର ଆକ୍ରମଣ ପଛରେ ଦିନେଶଙ୍କ ସମର୍ଥକଙ୍କ ସଂପୃକ୍ତି ଥିବା ଆଶଙ୍କା କରି ପୁରୀ ଟାଉନ ଥାନା ପୋଲିସ ତଦନ୍ତ ଚଳାଇଛି। 

Advertisment

Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ