Advertisment

ଧର୍ମର ସହରରେ ମାଡ଼ିଛି ନିଶାବେପାରର ଚେର !

ସହରର ଜଗନ୍ନାଥ ବସ୍ତି, ମାର୍କଣ୍ଡେଶ୍ୱର ସାହି, ଗୋଖାସାହି, କୁମ୍ଭାରପଡା ସମେତ ସମୂଦ୍ର ବେଳାଭୂମି ଆଖପାଖ ଅନେକ ବସ୍ତିରେ ଚାଲିଛି ଏଭଳି ଅବାଧ ନିଶା ବେପାର। ଯାହାର ଲିଙ୍କ୍ ରହୁଛି ପଶ୍ଚିମବଙ୍ଗ।

undefined

ପୁରୀରେ ନିଶା ବେପାର

Advertisment

ପୁରୀ: ଆଧ୍ୟାତ୍ମିକତାର ସହର ପୁରୀ। ଯେଉଁଠି ଭକ୍ତଟିଏ ପାଦଦେଲେ ବିଭୋର ହୋଇଯାଏ, ମହାପ୍ରଭୁଙ୍କୁ ଦର୍ଶନ କରି ମୁକ୍ତିଲାଭ କରେ, କିନ୍ତୁ ସେହି ସହର ଏବେ ବନିଯାଇଛି ନିଶା ମାଫିଆଙ୍କ ଚରାଭୁଇଁ। ଶ୍ରୀକ୍ଷେତ୍ରକୁ ନିଶା କାରବାରର ଭୂସ୍ୱର୍ଗ ବନାଇଦେଲେଣି ନିଶାବେପାରୀ। ପୁରୀ ଜିଲ୍ଲା ସ୍କୁଲ ନିକଟ ଅର୍ବାନ ହାଟ ଅଞ୍ଚଳ। ଏଠି ଏମିତି ବସୁଛି ନିଶା ଦ୍ରବ୍ୟର ଗୁପ୍ତହାଟ। ବ୍ରାଉନ୍ ସୁଗାର, କୋରେକ୍ସ, ନାଇଟ୍ରୋଜେନ୍-10 ଭଳି କି ଭଳି ନିଷିଦ୍ଧ ଡ୍ରଗ୍ସର ହେଉଛି କାରବାର। ଆଉ ସ୍ଥାନୀୟ ଲୋକଙ୍କଠୁ ଆରମ୍ଭ କରି ପର୍ଯ୍ୟଟକଙ୍କ ଯାଏଁ ସାଜିଛନ୍ତି ଗରାଖ। ଛାତ ଉପରେ ନିଶା ମାଫିଆ, ପାଚେରୀ ଏପଟେ ଗରାଖ। ଟଙ୍କା ବଢ଼ାଇଲେ ଚଟକିନା ବେପାରୀ ଧରେଇ ଦେଉଛନ୍ତି ନିଶା ପୁଡ଼ିଆ। ଆଉ ପକେଟ୍‌ରେ ମାଲ୍ ପୁରାଇବା ପରେ ଭଦ୍ର ଭଳି ଚାଲିିଯାଉଛନ୍ତି ଗରାଖ।

Advertisment

ସହରର ଜଗନ୍ନାଥ ବସ୍ତି, ମାର୍କଣ୍ଡେଶ୍ୱର ସାହି, ଗୋଖାସାହି, କୁମ୍ଭାରପଡା ସମେତ ସମୂଦ୍ର ବେଳାଭୂମି ଆଖପାଖ ଅନେକ ବସ୍ତିରେ ଚାଲିଛି ଏଭଳି ଅବାଧ ନିଶା ବେପାର। ଯାହାର ଲିଙ୍କ୍ ରହୁଛି ପଶ୍ଚିମବଙ୍ଗ। ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଭାୟା ବାଲେଶ୍ୱର, ଭଦ୍ରକ ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଆସୁଛି ଚାହିଦା ମୁତାବକ ଡ୍ରଗ୍ସ। ଏହି ଡ୍ରଗ୍ସ ନେଟୱାର୍କ ରିଂ ମାଷ୍ଟର ହେଉଛନ୍ତି ଭୁବନେଶ୍ୱର ଏବଂ ପୁରୀର କିିଛି ଡିଲର୍। ଆଜିକୁ ପ୍ରାୟ ୧୨ ବର୍ଷ ହେଲାଣି ଅର୍ବାନ ହାଟ ପଡ଼ିଆରେ ଚାଲିଛି ଏହି ଡ୍ରଗ୍ସ ଧନ୍ଧା। ଇତିମଧ୍ୟରେ ବହୁ ନିଶା ବେପାରୀଙ୍କୁ ଧରିଲାଣି ପୋଲିସ। ତଥାପି ଥମୁନି ଏହି ବେଆଇନ୍ କାରବାର। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ବିଧାୟକ। 

ପୁରୀ ପୋଲିସର ତଥ୍ୟ ବି କହୁଛି, ଶ୍ରୀକ୍ଷେତ୍ରରେ ଚାଲିଛି ଅବାଧ ନିଶା କାରବାର। ଏହାକୁ ରୋକିବା ପାଇଁ STF ଗଠନ କରି ଧରପଗଡ଼ ଜାରି ରଖିଛି ପୋଲିସ। ଗତ ପ୍ରାୟ ୨ମାସରେ ୫ଟି ବ୍ରାଉନ ସୁଗାର ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଛି। ସେହିପରି କୋରେକ୍ସ କାରବାର ନେଇ ୧୩ଟି ମାମଲା ରୁଜୁ ହୋଇଛି। ବହୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏସବୁ ଧରପଗଡ଼ ସତ୍ତ୍ୱେ କାହିଁକି ସାମ୍ନାକୁ ଆସୁଛି ନିଶା ବେପାରର ଏଭଳି ଦୃଶ୍ୟ ? ପୁରୀରେ ଢିଲା ପଡ଼ିଯାଇଛି କି ପୋଲିସର ନିଶାମୁକ୍ତି ଅଭିଯାନ ? ଆଧ୍ୟାତ୍ମିକ ସହରର ଗାରିମାକୁ କ୍ଷୁର୍ଣ୍ଣ କରୁଥିବା ଏହି ଡ୍ରଗ୍ସ ରାକେଟ୍ ପଛରେ ରହିଛନ୍ତି କି କୌଣସି ପ୍ରଭାବଶାଳୀ ବ୍ୟକ୍ତି ? ଏଭଳି ପ୍ରଶ୍ନ ଭିତରେ ଅତିରିକ୍ତ ଏସପି କହିଛନ୍ତି, ଯାହା ବିରୋଧରେ ଅଭିଯୋଗ ଆସୁଛି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛୁ। ଆଗକୁ ବି ନେବୁ। 

Advertisment
Odisha Puri Drugs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ