Advertisment

ଅଭିନେତ୍ରୀଙ୍କ ଠାରୁ ଟଙ୍କା ଠକେଇ; ଚନ୍ଦକା ଥାନାରେ ଦ୍ବାରସ୍ଥ ହେଲେ ଆଲବମ ହିରୋଇନ

ପ୍ରଡ୍ୟୁସର ବୋଲି କହି ଅଭିନେତ୍ରୀଙ୍କ ଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପରିଚିତ ହେବା ପରେ ବିଭିନ୍ନ ଲୋଭ ଦେଖାଇ ଠକେଇ ହୋଇଥିବା ଜଣାପଡିଛି ।

ଅଦ୍ୟତନ ହୋଇଛି
Defrauding Actress

Defrauding Actress

Advertisment

ପ୍ରୋଜେକ୍ଟରେ ସୁଯୋଗ ଦେବାକୁ କହି ଅଭିନେତ୍ରୀଙ୍କ ଠାରୁ ଠକି ନେଲେ ଟଙ୍କା। ପ୍ରଡ୍ୟୁସର ବୋଲି କହି ଅଭିନେତ୍ରୀଙ୍କ ଠାରୁ ଏଭଳି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପରିଚିତ ହେବା ପରେ ବିଭିନ୍ନ ଲୋଭ ଦେଖାଇ ଠକେଇ ହୋଇଥିବା ଜଣାପଡିଛି । ସଂପୃକ୍ତ ପ୍ରଡ୍ୟୁସର ଏକାଧିକ ଯୁବତୀଙ୍କୁ ଠକିଥିବା ଜଣାପଡ଼ିଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭୁବନେଶ୍ବରରୁ । 

Advertisment

ଠେକେଇ ଶିକାର ହୋଇଥିବା ଆଲବମ ହିରୋଇନ ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଚନ୍ଦକା ଥାନାରେ ଏତଲା ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ପୋଲିସର କିଛି ପ୍ରତିକ୍ରିୟା ମିଳିନଥିବା ବେଳେ ଅଭିଯୁକ୍ତଙ୍କ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନି। 

ଏପଟେ ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ଚାଲିଥିଲା ପ୍ରି ପ୍ଲାନ । ଏହି ଖବର ପାଇ କମିଶନରେଟ ପୋଲିସର ସାଇବର ଟିମ ଚଢ଼ାଉ କରିଥିଲା । ଏହି ଘଟଣାରେ ପୋଲିସ ଆପାର୍ଟମେଣ୍ଟରୁ ଅନେକ ଡିଜିଟାଲ ଡିଭାଇସ ଠାବ କରିଛି । ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ ହୋଇଛି । ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ଏହି କଲ୍ ସେଣ୍ଟର ଚାଲିଥିଲା ।

Advertisment

ସାଇବର ଠକେଇ ପାଇଁ ଆପାର୍ଟମେଣ୍ଟରେ ପ୍ଲାନ୍ ଚାଲିଥିଲା । ଚଢ଼ାଉ ପରେ ଘରୁ ସିମ୍ ବକ୍ସ ଭଳି ଦେଖା ଯାଉଥିବା କିଛି ଡିଭାଇସ୍ ଠାବ ହୋଇଛି । ଏଥିସହ କିଛି ଲାପ୍‌ଟପ୍ ଓ ମୋବାଇଲ ଜବତ କରିବା ସହ ୬ଜଣଙ୍କୁ ପୋଲିସ ଅଟକ ରଖିଛି । ଭୁବନେଶ୍ୱର ଡିସିପି କହିଛନ୍ତି ୬ ଜଣଙ୍କୁ ରିମାଣ୍ଡରେ ନିଆଯିବ । ସମସ୍ତ ୬ ଜଣ କୋଲକାତା ଅଞ୍ଚଳର, ଆଉ କିଏ ଅଛନ୍ତି ଜେରା ହେବ ବୋଲି ସେ ସୂଚନା ଦେଇଛନ୍ତି ।

Actress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ