Advertisment

ପ୍ରିୟଙ୍କା ହତ୍ୟା ମାମଲା: ଦହିବରା ପାଇଁ ବଞ୍ଚିଗଲା କୁନି ପୁଅ

ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ  ସ୍ୱୀକାର କରିଛି । ଏ ନେଇ ଆଜି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କୁ ହତ୍ୟା ପରେ ଜଗନ୍ନାଥ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
ପ୍ରିୟଙ୍କା ହତ୍ୟା ମାମଲା: ଦହିବରା ପାଇଁ ବଞ୍ଚିଗଲା କୁନି ପୁଅ

priyanka murder case

Advertisment

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ  ସ୍ୱୀକାର କରିଛି । ଏ ନେଇ ଆଜି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କୁ ହତ୍ୟା ପରେ ଜଗନ୍ନାଥ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଜଗନ୍ନାଥଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ପୋଲିସ ଜଗନ୍ନାଥଙ୍କୁ ଗିରଫ କରିବା ପରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି  କରିଥିଲେ । ପରେ ହାତର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା  ।  ମେଡିକାଲରୁ ଡିସଚାର୍ଜ ହେବା ପରେ ଏୟାରଫିଲଡ୍ ଥାନା ପୋଲିସ ପକ୍ଷରୁ ଆଜି ତାଙ୍କୁ ପଚରାଉଚରା କରାଯାଇଥିଲା ।  

Advertisment

ପଚରାଉଚରା ପରେ ଜଗନ୍ନାଥ ନିଜ ଦୋଷ ସ୍ୱୀକାର କରିଛି। ଡିସିପିଙ୍କ ସୂଚନା ଅନୁଯାୟୀ,  ୪ ଦିନ ପୂର୍ବରୁ ସୁଇସାଇଡ୍ ନୋଟ୍ ପ୍ରସ୍ତୁତ କରିଥିଲା ବୋଲି ପୋଲିସକୁ କହିଛି ଜଗନ୍ନାଥ ।  ଘଟଣା ଦିନ ଚକୋଲେଟ, ଥଣ୍ଡା, ଛୁରି, ବିଷ, ସିନ୍ଦୂର ଧରି ଆସିଥିଲା  ଜଗନ୍ନାଥ । ପ୍ରିୟଙ୍କାଙ୍କ ଘରେ ପହଞ୍ଚିବା ବେଳକୁ ଘରେ କୁନି ପୁଅ ଥିଲା । ପ୍ରିୟଙ୍କା ଏବଂ ତାଙ୍କ କୁନି ପୁଅ ସହ ସେଲଫି ଉଠାଇଥିଲା ଜଗନ୍ନାଥ।

 ଏତିକି ବେଳେ ଉପରେ ରହୁଥିବା ଘର ମାଲିକ ଦହିବରା ଆଣି ଆସିଥିଲେ।  ଘର ମାଲିକ ଆସିଯିବାରୁ ବାଥରୁମ୍ ଭିତରେ ଲୁଚି ଯାଇଥିଲା ଜଗନ୍ନାଥ।  ଘର ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇ କୁନି ପୁଅକୁ ନେଇଯାଇଥିଲେ । ଘର ମାଲିକ ଚାଲିଯିବା ପରେ ବାଥରୁମରୁ ବାହାରିଥିଲା ଜଗନ୍ନାଥ।  ଏତିକି ବେଳେ ପ୍ରିୟଙ୍କାଙ୍କୁ ତାଙ୍କ ସାଥିରେ ଚାଲିଯିବାକୁ ବାଧ୍ୟ କରିଥିଲା ଜଗନ୍ନାଥ। ପ୍ରିୟଙ୍କା ରାଜି ନହେବାରୁ ତାଙ୍କ ସହ ଭୀଷଣ ଝଗଡ଼ା କରିଥିଲା।  ପ୍ରିୟଙ୍କାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମୁଣ୍ଡରେ ସିନ୍ଦୂର ବୋଳିଥିଲା ବୋଲି ଜଗନ୍ନାଥ ପୋଲିସ ଆଗରେ କହିଛି । 

Advertisment

ସୂଚନାଥାଉ କି, ଜୁଲାଇ୫ ତାରିଖ ଭୁବନେଶ୍ୱର ଭୀମଟାଙ୍ଗି ଫେଜ୍-୧ ଅଞ୍ଚଳର ଏକ ଘର ଭିତରୁ ପ୍ରିୟଙ୍କାଙ୍କ ମୃତଦେହ ମିଳିଥିଲା। । ସ୍ୱାମୀ ରାକେଶ ସାହୁ ଓ ଶିଶୁପୁତ୍ର ସହ ପ୍ରିୟଙ୍କା  ସେହି ଘରେ ବହୁ ଦିନରୁ ଭଡ଼ାରେ ରହୁଥିଲେ । ପ୍ରିୟଙ୍କାଙ୍କ ମୃତଦେହ ନିକଟରୁ ଜଗନ୍ନାଥଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା । ସେ ବିଷ ପିଇବା ସହ ନିଜ ହାତ କାଟିଦେଇଥିଲେ ।  

  ଘର ଭିତରୁ ଏକ ହାତଲେଖା ଚିଠି ମଧ୍ୟ ମିଳିଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର ଜଗନ୍ନାଥ ପ୍ରଧାନ ହିଁ ଉକ୍ତ ଚିଠି ଲେଖିଥିଲେ ବୋଲି ସେ ସମୟରେ  ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ  ସୂଚନା ଦେଇଥିଲେ।

Advertisment

ଘଟଣା ଦିନ ସକାଳେ ପ୍ରିୟଙ୍କାଙ୍କ ସ୍ୱାମୀ ରାକେଶ ଏକ କଲ୍ ପାଇଲେ । ଏହାସହ ଏକ ଫଟୋରେ ତାଙ୍କ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ରାକେଶ । ଘଟଣା କଣ ବୁଝିବାକୁ ଘର ମାଲିକଙ୍କ ଫୋନ୍ କରିଥିଲେ ରାକେଶ । ଘର ମାଲିକ ପ୍ରିୟଙ୍କା, ଆଉ ଜଣେ ଯୁବକ ଘର ଭିତରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଖବର ପାଇ ରାକେଶ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସଂପୃକ୍ତ ଯୁବକ ଜଗନ୍ନାଥ ପ୍ରଧାନକୁ ଉଦ୍ଧାର କରାଯିବା ପରେ ତାର ପ୍ରାଥମିକ ବୟାନ ରେକର୍ଡ ହୋଇଥିଲା । ଉଭୟ ପ୍ରିୟଙ୍କା ଓ ଜଗନ୍ନାଥ ଯାଜପୁର ଅଞ୍ଚଳର । ପରସ୍ପରକୁ ସେମାନେ ପୂର୍ବରୁ ଜାଣନ୍ତି । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିବା କହିଥିଳଲ ଡିସିପି । ପ୍ରତିହିଂସା ପରାୟଣ ହୋଇ ଜଗନ୍ନାଥ ହତ୍ୟା କରିବାକୁ ମନସ୍ଥ କରିଥିଲା । ପ୍ରିୟଙ୍କା ଓ ତାଙ୍କ ପୁଅକୁ ମାରି ନିଜେ ଆତ୍ମହତ୍ୟା ଯୋଜନା କରିଥିଲା । ହେଲେ ସୌଭାଗ୍ୟବଶତଃ ଘଟଣା ସମୟରେ କୁନି ପୁଅଟି ଘରେ ଉପସ୍ଥିତ ନଥିଲା ବୋଲି ବର୍ତ୍ତିଯାଇଥିବା ଡିସିପି କହିଥିଲେ । ଆଜି ସମାନ କଥା ଜଗନ୍ନାଥ ନିଜ ସ୍ୱିକାରୋକ୍ତରେ କହିଛି। 

Odisha Latest News Priyanka Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ